ରୋଟାରୀ କ୍ଲବ ଭୁବନେଶ୍ୱର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ.

ଭୁବନେଶ୍ୱର: ରୋଟାରୀ କ୍ଲବ ଭୁବନେଶ୍ୱର ଓ ଇନଷ୍ଟିଟିୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟର(ଆଇଏଚଏମ)ର ମିଳିତ ସହଯୋଗରେ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ରୋଟାରୀ କ୍ଲବର ସଭାପତି ସବିତା ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଏଚଏମର ପ୍ରିନ୍ସପାଲ୍ ସାରଦା ଘୋଷ କାର୍ଯ୍ୟକ୍ରମର ବିଶେଷତ୍ୱ ଜଣାଇଥିଲେ । ରୋଟାରିୟନ କସ୍ତୁରୀ ପଟ୍ଟନାୟକ ମହିଳା ଦିବସ ସମ୍ବନ୍ଧରେ ନିଜର ବହୁମୂଲ୍ୟ ମନ୍ତବ୍ୟ ଦେଇଥିଲେ । ଏହି ଅବସରରେ ପିପି ସୁଭେନ୍ଦୁ ପରିଡ଼ାଙ୍କ ଦ୍ୱାରା ପ୍ରସ୍ତୁତ ମହିଳା ଦିବସ ଉପଲକ୍ଷେ ଏକ ଅଡିଓ ଭିଜୁଆଲ କ୍ଲିପ ଉପସ୍ଥାପନା କରାଯାଇଥିଲା । ପାଷ୍ଟ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଏବଂ ଡିଏଲସିସି ରୋଟାରିୟନ ଶିବବ୍ରତ ଦାଶ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ଦାଶ ସେଠାରେ ଉପସ୍ଥିତ ଯୁବତୀ ମାନଙ୍କୁ ଆର୍ଶୀବାଦ ଦେବା ସହିତ ମହିଳା ମାନଙ୍କର ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ପକ୍ଷରୁ ସୁନାମଧନ୍ୟ ଧାବିକା ତଥା ପ୍ରଥମ ଭାରତୀୟ ଭାବେ ୟୁନିଭରସିଡାଡରେ ସ୍ୱର୍ଣ୍ଣ ପଦକ ହାସିଲ କରିଥିବା ଦୂତି ଚାନ୍ଦଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହିତ ରୁଚି ମସଲା ଗ୍ରୁପର ଏମ.ଡି ତଥା ମହିଳା ବ୍ୟବସାୟୀ ଶ୍ରୀମତୀ ରଶ୍ମି ସାହୁଙ୍କୁ ସମ୍ମାନିତ କରାଯାଇଥିଲା ।

international-womens-day-celebration-at-rotary-club-bbsr

କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଆଇଏଚଏମର ଛାତ୍ର ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସାନ୍ଧ୍ୟ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଭୁବନେଶ୍ୱରର ମହିଳା ରୋଟାରିୟନ ମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶେଷରେ ରୋଟାରିୟନ ମଧୁସ୍ମିତା ଚାନ୍ଦ ମହିଳା ଦିବସ ବିଷୟରେ ସମ୍ୟକ ସୂଚନା ଦେବା ସହ ମହିଳା ରୋଟାରିୟନଙ୍କର ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ ।