ପାକିସ୍ତାନରେ ତହରିକ-ଏ-ତାଲିବାନ ନେତାକୁ ଆତଙ୍କବାଦୀ ଘୋଷଣା କଲା ଆମେରିକା

ୱାଶିଂଟନ: ଆମେରିକା ମଙ୍ଗଳବାର ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ତହରିକ-ଏ-ତାଲିବାନ ନେତାକୁ ଆତଙ୍କବାଦୀ ଘୋଷଣା କରିଛି । ତହରିକ-ଏ-ତାଲିବାନକୁ ପାକିସ୍ତାନ ତାଲିବାନ ମଧ୍ୟ କୁହାଯାଇଥାଏ । ଏହି ସଂଗଠନ ଅନେକ ଆତ୍ମଘାତୀ ଓ ବମ ବିସ୍ଫୋରଣ ଘଟଣାରେ ଅନେକ ଲୋକଙ୍କର ଜୀବନ...

ୱାଶିଂଟନ: ଆମେରିକା ମଙ୍ଗଳବାର ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ତହରିକ-ଏ-ତାଲିବାନ ନେତାକୁ ଆତଙ୍କବାଦୀ ଘୋଷଣା କରିଛି । ତହରିକ-ଏ-ତାଲିବାନକୁ ପାକିସ୍ତାନ ତାଲିବାନ ମଧ୍ୟ କୁହାଯାଇଥାଏ । ଏହି ସଂଗଠନ ଅନେକ ଆତ୍ମଘାତୀ ଓ ବମ ବିସ୍ଫୋରଣ ଘଟଣାରେ ଅନେକ ଲୋକଙ୍କର ଜୀବନ ନେଇଛି । ଏହା ପୂର୍ବରୁ ତହରିକ-ଏ-ତାଲିବାନକୁ ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟ ଦ୍ୱାରା ଏସଡିଜିଟି ଅର୍ଥାତ ସ୍ୱତନ୍ତ୍ର ଡେଜିଗ୍ନୋଟିଡ ଗ୍ଲୋବାଲ ଟେରୋରିଷ୍ଟ ଘୋଷିତ କରାଯାଇଥିଲା । 

ବର୍ଷ ୨୦୧୮ ଜୁନରେ ତହରିକ-ଏ-ତାଲିବାନର ଦାୟିତ୍ୱ ନୁର ବାଲି ଓରଫ ମୁଫତି ନୁର ବାଲି ମହସୁଦଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଟିଟିପି ମୁଖ୍ୟ ମୁଲ୍ଲା ଫଜିଉଲ୍ଲାଙ୍କୁ ନିହତ କରାଯିବା ପରେ ନୁଲ ବାଲିକୁ ଆତଙ୍କବାଦୀ ସଂଗଠନର ମୁଖ୍ୟ କରାଯାଇଥିଷଲା । ୟୁଏସ ଡିପାର୍ଟମେଣ୍ଟ ଅଫ ଷ୍ଟେଟ ଅନୁସାରେ ନୁଲ ବାଲିର ନେତୃତ୍ୱରେ ଟିଟିପି ପାକିସ୍ତାନରେ କୌଣସି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହିଁ । 

Spread the love
Categories
ଦେଶ-ବିଦେଶ

RELATED BY