ଦୁଇ ବର୍ଷ ପରେ ପୁଣି ଥରେ ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଉଡାଣ । କେନ୍ଦ୍ର ସରକାର ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଭାରତରେ ଅନ୍ତର୍ଜାତୀୟ ଉଡାଣକୁ ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ଫେବ୍ରୁଆରୀ ୨୮ରେ ଡିଜିସିଏ ନିୟମିତ ବାଣିଜ୍ୟିକ ଅନ୍ତରାଷ୍ଟ୍ରୀୟ ଯାତ୍ରୀ ଉଡାଣ ଉପରେ କଟକଣାକୁ ବଢାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ପରେ ଏୟାର ବବଲ ବ୍ୟବସ୍ଥା ମାଧ୍ୟମରେ ଉଡାଣ ପରିଚାଳନା କରାଯାଉଥିଲା। ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାହାରିନ, ବାଂଲାଦେଶ, ଭୂଟାନ, କାନାଡା, ଇଣ୍ଡୋନେସିଆ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇରାକ୍, ଜାପାନ, କଜାକିସ୍ତାନ, କେନିଆ, କୁୱେତ, ମାଲଦ୍ୱୀପ, ମୋରିସସ୍, ନେପାଳ, ନେଦରଲ୍ୟାଣ୍ଡ, ନାଇଜରିଆ, ଓମାନ, କତର, ରୁଷ, ସାଉଦୀ ଆରବ,ସିଙ୍ଗାପୁର, ଶ୍ରୀଲଙ୍କା, ସ୍ୱିଜରଲ୍ୟାଣ୍ଡ, ତାଞ୍ଜାନିଆ, ୟୁକ୍ରେନ, ୟୁଏଇ, ୟୁକେ, ଆମେରିକା ଏବଂ ଉଜବେକିସ୍ତାନ ସହ ଏୟାର ବବଲ ବୁଝାମଣା ସ୍ୱାକ୍ଷର କରିଛି।