କୋରୋନା ଭୟ: ସୋମବାରଠୁ ଗଡିବନି ରାଜ୍ୟର କୌଣସି ଆନ୍ତଃରାଜ୍ୟ ବସ

ଭୁବନେଶ୍ୱର: କୋରୋନା ପାଇଁ କଟକଣା । ଟ୍ରେନ ପରେ ଏଣିକି ବସ ଉପରେ ବି କଟକଣା ଲାଗୁ କରିଦିଆଯାଇଛି । ଓଡିଶାରୁ କୌଣସି ବସ ବାହାର ରାଜ୍ୟକୁ ଯିବ ନାହିଁ କି ବାହାର ରାଜ୍ୟରୁ କୌଣସି ବସ ଓଡିଶାକୁ ଆସିବ ନାହିଁ । ସୋମବାର ଦିନ ୧୧ଟା ପରଠୁ ଏହି କଟକଣା କାର୍ଯ୍ୟକାରୀ ହେବ । ପରିବହନ ବିଭାଗ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି ।ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ।

କୋରୋନାକୁ ନେଇ ସାରା ଦେଶ ଏବେ ଚିନ୍ତିତ । ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ରୋକିବାକୁ କେନ୍ଦ୍ରଠୁ ନେଇ ରାଜ୍ୟ ସରକାର ସମସ୍ତେ ଆବଶ୍ୟୀୟ ସତର୍କତା ପଦକ୍ଷେପ ଗ୍ରହଣ କରୁଛନ୍ତି । କୋରୋନା ପାଇଁ ଚାରିଆଡେ କଟକଣା ଲଗାଇ ଦିଆଯାଇଛି । ରାଜ୍ୟର ୫ ଜିଲ୍ଲା ସମେତ ଅନେକ ସହରକୁ ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏବେ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ମଧ୍ୟ ରୋକ ଲଗାଇ ଦିଆଯାଇଛି । ପୂର୍ବରୁ ଟ୍ରେନ ଚଳାଚଳକୁ ମଧ୍ୟ ମାର୍ଚ୍ଚ ୩୧ ରାତି ୧୨ଟା ଯାଏଁ ବାତିଲ କରାଯାଇଛି।