ରୀଜ୍ୟରେ ୨ଦିନ ପ୍ରବଳ ଶୀତ

ଭୁବନେଶ୍ୱର: ଆଜି ଏବଂ ଆସନ୍ତାକାଲି ୨ଦିନ ଉତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ରହିବ । ତାପମାତ୍ରାର ପରିମାଣ ୨ ରୁ ୪ ଡିଗ୍ରୀ ଖସିବା ସହ କିଛିସ୍ଥାନରେ ୫ ଡିଗ୍ରୀକୁ ଖସିଯିବାର ସମ୍ଭାବନା ରହିଛି ।

୨୧ ତାରିଖ‌ରେ ବାଲେଶ୍ୱର ଓ ଅନୁଗୁଳରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ୨୨ରେ ଉକ୍ତ ଦୁଇ ଜିଲ୍ଲା ସମେତ କଟକ, ନୟାଗଡ଼, ଭଦ୍ରକ, ଢେଙ୍କାନାଳ ଓ ମୟୂରଭଞ୍ଜରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ। ତାହାକୁ ଦୃଷ୍ଟିରେ ରଖି ଉପରୋକ୍ତ ୭ଟି ଜିଲ୍ଲା ପାଇଁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି।

ତେବେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ରବିବାରଠାରୁ ଥଣ୍ଡା କମିବ। ସେ କହିଛନ୍ତି ଯେ ଆଜି ରାଜ୍ୟକୁ ଥଣ୍ଡା ଉତ୍ତରା ପବନ ସିଧା ବୋହୁଥିବାରୁ କିଛି ସ୍ଥାନରେ ଥଣ୍ଡା ଅନୁଭୂତ ହୋଇଥିଲା। ଶନିବାର ରାତିଠାରୁ ପବନ ପ୍ରବାହରେ ପରିବର୍ତନ ହେବା ଫଳରେ ଥଣ୍ଡା କମିବ।