ପାରାଦୀପରେ ଲାଗିଛି ନୌସେନାର ଯୁଦ୍ଧ ଜାହାଜ ସୁମେଧା ଏବଂ ତିହାୟୁ, ଦେଖିବାକୁ ଲୋକଙ୍କ ଲମ୍ବା ଧାଡ଼ି

ପାରାଦୀପ : ପାରାଦୀପରେ ଲାଗିଛି ନୌସେନାର ଯୁଦ୍ଧ ଜାହାଜ । ଆସନ୍ତା ଡିସେମ୍ବର ୪ ତାରିଖ ନୌସେନା ଦିବସ ହୋଇଥିବା ବେଳେ ପାରାଦୀପ ଡେକ୍‌ରେ ଲାଗିଛି ଆଇଏନଏସ୍ ସୁମେଧା ଏବଂ ଆଇଏନଏସ୍ ତିହାୟୁ । ଯାହାକୁ ଦେଖିବାକୁ ଗହଳି ଲାଗିଛି ।

ଡେକ୍‌ରେ ଲାଗିଛି ଜାହାଜ । ଆଉ ତାକୁ ଦେଖିବାକୁ ଲୋକଙ୍କ ଲମ୍ବା ଧାଡ଼ି । ବର୍ଷକ ପରେ ପୁଣି ପାରାଦୀପରେ ଏମିତି ସୁଯୋଗ ଆସିଛି । ଡିସେମ୍ବର ୪ ନୌସେନା ସେନା ଦିବସ ପୂର୍ବରୁ ଆସି ପହଞ୍ଚି ସାରିଛନ୍ତି ଯୁଦ୍ଧ ଜାହାଜ ଆଇଏନଏସ୍ ସୁମେଧା ଏବଂ ଆଇଏନଏସ୍ ତିହାୟୁ । ସାଧାରଣ ଲୋକେ ଏବଂ ସ୍କୁଲ ଛାତ୍ରଛାତ୍ରୀ ଜାହାଜ ଭିତରେ ବୁଲି ଦେଖିବା ସହ ଭାରତୀୟ ନୌସେନାର ଦକ୍ଷତା ବାବଦରେ ଅବଗତ ହେଉଛନ୍ତି । ଦୁଇ ଜାହାଜର ବୀରତ୍ବର ଗାଥା ଜାଣୁଛନ୍ତି । ଆଉ ସେଥିରେ ଥିବା ବିଭିନ୍ନ ଯୁଦ୍ଧ ଉପକରଣ ଏବଂ ସେସବୁର ବ୍ୟବହାର ବାବଦରେ ପଚାରି ବୁଝୁଛନ୍ତି ।

୨୦୧୪ରେ ଆଇଏନଏସ୍ ସୁମେଧା ଏବଂ ୨୦୧୬ରେ ଆଇଏନଏସ୍ ତିହାୟୁ ନୌସେନାରେ ସାମିଲ୍ ହୋଇଛନ୍ତି । ସାଧାରଣତଃ ଏହି ଦୁଇ ଜାହାଜ ପାଟ୍ରୋଲିଂ ରେ ମୁତୟନ ହୋଇଥାନ୍ତି । ଶତ୍ରୁପକ୍ଷର ମୁକାବିଲା ପାଇଁ ଗୁଳିଗୋଳା ଏବଂ ଯୁଦ୍ଧାସ୍ତ୍ର ବହନ କରିବା ଦକ୍ଷତା ମଧ୍ୟ ଏହି ଦୁଇ ଜାହାଜର ରହିଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନଜୀବନ ସୁରକ୍ଷା ଏବଂ ଉଦ୍ଧାର ପାଇଁ ମଧ୍ୟ ଏଗୁଡ଼ିକୁ ବ୍ୟବହାର ହୋଇଥାଏ । ନୌସେନା ଅଧିକାରୀ ଏବଂ କର୍ମଚାରୀମାନେ ଦୁଇ ଜାହାଜର ଦକ୍ଷତା ବାବଦରେ ଲୋକଙ୍କୁ ବୁଝାଉଛନ୍ତି । ନୌସେନା ସାମିଲ୍ ହେବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା, ଏହି ଜାହାଜ ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ