ଟିମ୍ ଇଣ୍ଡିଆକୁ ବଡ଼ ଝଟକା : ଶିଖର ଧାୱନ ୩ ସପ୍ତାହ ପାଇଁ ଟିମ୍ ରୁ ବାଦ

ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳୁଥିବା ବେଳେ ତାଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା ନୂଆଦିଲ୍ଲୀ :  ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଷ୍ଟାର ଓପନର ତଥା ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସିଲ କରି ଫର୍ମକୁ...

ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳୁଥିବା ବେଳେ ତାଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା

ନୂଆଦିଲ୍ଲୀ :  ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଷ୍ଟାର ଓପନର ତଥା ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସିଲ କରି ଫର୍ମକୁ ଫେରିଥିବା ଶିଖର ଧାୱନ ୩ ସପ୍ତାହ ପାଇଁ ଟିମ୍  ରୁ  ବାଦ ପଡ଼ଛନ୍ତି । ଅଷ୍ଟ୍ରେଲିଆ ମ୍ୟାଚ୍ ଖେଳୁଥିବା ବେଳେ ତାଙ୍କ ବାମ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଯାହାର ପରିଣାମସ୍ବରୂପ ୩ ସପ୍ତାହ ପାଇଁ କ୍ରିକେଟରୁ ଦୂରେଇ ରହିବେ ଧାୱନ । ତେଣୁ ୧୩ରେ ନ୍ୟୁଜିଲାଣ୍ଡ ଓ ୧୬ରେ ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ଭାରତୀୟ ଟିମ୍ କୁ ଶକ୍ତ ଝଟକା ଲାଗିଛି । ପୂର୍ବରୁ ଅଷ୍ଟ୍ରେଲିଆ ମ୍ୟାଚରେ ନାଥନ କୁଲଟର ନାଇଲଙ୍କ ଏକ ବଲ୍ ଧାୱନଙ୍କ ଆଙ୍ଗୁଠିରେ ବଲ୍ ବାଜିଥିଲା । ଧାୱନ ଶତକ ହାସଲ କରିଥିଲେ ମଧ୍ୟ ଫିଲଡିଂ ପାଇଁ ଆସିନଥିଲେ । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ପୂରା ୫୦ ଓଭରଯାକ ଫିଲଡିଂ କରିଥିଲେ ।

Spread the love
Categories
କ୍ରାଇମବଡ ଖବର

RELATED BY