ପି. ଚିଦାମ୍ୱରମଙ୍କ ଗିରଫ ଖବରକୁ ଭଲ ଖବର କହିଲେ ଇନ୍ଦ୍ରାଣୀ ମୁଖାର୍ଜୀ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ଏବେ ସିବିଆଇ ରିମାଣ୍ଡରେ ଅଛନ୍ତି ପି. ଚିଦାମ୍ୱରମ। ଚିଦାମ୍ୱରମଙ୍କ ଗିରଫ ହେବା ଖବରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏନଏକ୍ସ ମିଡିଆର ପୂର୍ବତନ ମାଲିକ ତଥା ବର୍ତ୍ତମାନର ରାଜସାକ୍ଷୀ ଇନ୍ଦ୍ରାଣୀ ମୁଖାର୍ଜୀ। ସେ କହିଛନ୍ତି ଚିଦାମ୍ୱରମ ଗିରଫ ହେବା ଭଲ ଖବର।

ଚିଦାମ୍ୱରମଙ୍କ ଗିରଫ ହେବା ପଛରେ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ପିଟର ମୁଖାର୍ଜୀଙ୍କର ବୟାନ ରହିଛି। ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତ ଗତ ଜୁଲାଇରେ ଆଇଏନଏକ୍ସ ମିଡିଆ ମୁଖାର୍ଜୀ ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ରାଜସାକ୍ଷୀ ହେବାକୁ ଅନୁମତି ଦେଇଥିଲେ। ଏହି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ପି. ଚିଦାମ୍ୱରମ ଏବଂ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମ ଅଭିଯୁକ୍ତ ରହିଛନ୍ତି।

୨୦୧୭ରେ ଚିଦାମ୍ୱରମ ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆକୁ ବିଦେଶରୁ ୩୦୫ କୋଟି ଟଙ୍କାର ଫଣ୍ଡିଂ ପାଇଁ ଏଫଆଇପିବି ଅନୁମତି ଦେଇଥିଲେ। ଯାହାକି କଥିତ ଭାବରେ ଅନିୟମିତତା।

ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ୱରମଙ୍କୁ ୨୦ରୁ ଅଧିକ ଥର ଗିରଫଦାରୀରୁ ବର୍ତ୍ତିଥିଲେ। ଏଥର କିନ୍ତୁ ଆଉ କୋର୍ଟ ଜାମିନ୍ ଦେଇନଥିଲେ। ପରିଣାମସ୍ୱରୂପ ସେ ଗିରଫ ହୋଇଥିଲେ।