ସୁନାମି ଧୋଇନେଲା ୪୨୯ ଜୀବନ,ଡ୍ରୋନ କ୍ୟାମେରା ଖୋଜୁଛି ମୃତ ଦେହ

ଜାକାର୍ତ୍ତା : ଆଗ୍ନେୟ ଉଦଗୀରଣ ଓ ପରେ ସୁନାମୀ ଫଳରେ ଇଣ୍ଡୋନେସିଆରେ ଭୟଙ୍କର ସ୍ଥିତି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସୁନାମିରେ ସମୁଦ୍ର ଭିତରକୁ ଚାଲିଯାଇଥିବା ମୃତ ଦେହକୁ ଠାବ କରାଯାଇ ପାରୁନି । ମତ ଦେହକୁ ଖୋଜିବାକୁ ଡ୍ରୋମ କ୍ୟାମେରା ସହାୟତା ନେଇଛି ପ୍ରଶାସନ ।

ଆଗ୍ନେୟ ଉଦଗୀରଣ ଓ ତା ପରେ ଆସିଥିବା ସୁନାମୀ ଫଳରେ ମୃତ୍ୟୁ ସଂଖ୍ୟା ୪୨୯ କୁ ବୃଦ୍ଧି ପାଇଛି । ତେବେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଏବେ ଇଣ୍ଡୋନେସିଆ ସରକାରଙ୍କ ତରଫରୁ ଏକ ବଡ଼ ଧରଣର ତଲାସୀ ଅଭିଯାନ କରାଯାଇଛି । ଡ୍ରୋନ କ୍ୟାମେରା ସାହାଯ୍ୟରେ ମୃତ ଦେହଗୁଡିକୁ ଖୋଜାଯାଉଛି । ଏହା ଫଳରେ ମୃତ୍ୟ ସଂଖ୍ୟା ବଢିଚାଲିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି, କାରଣ ଦିନକୁ ଦିନ ନୂଆ ନୂଆ ସ୍ଥାନରୁ ମୃତଦେହ ଉଦ୍ଧାର ହେଉଛି ।

ଗତ ଶନିବାର ଦିନ ଅନକ କ୍ରାକୋଟୋଆରୁ ଅଗ୍ନୀ ଉଦଗୀରଣ ହେବାରୁ ଏହି ସୁନାମୀ ଆସିଥିଲା । ପ୍ରାୟ ୯୦ ବର୍ଷ ତଳେ ଏହି ଆଗ୍ନେୟଗିରି ସମୁଦ୍ର ମଧ୍ୟରୁ ଆତ୍ମପ୍ରକାଶ କରିଥିଲା । ଏହା ସମୁଦ୍ର ମଧ୍ୟରୁ ବାହାରି ଏବେ ସମୁଦ୍ର ପତନରୁ ପ୍ରାୟ ୩ ଶହ ମିଟର ଉତ୍ତରେ ରହିଛି ।

ବିଚ୍‌ ଫେଷ୍ଟିଭାଲ୍‌ରେ ମାଡ଼ି ଆସିଲା ସମୁଦ୍ର ୧୭୦ ମୃତ୍ୟୁ, ୭ଶହରୁ ଅଧିକ ଆହତ