ପ୍ରଥମେ ବସ୍ ହେଲା ଦୁର୍ଘଟଣା, ପରେ ଗଲା ୫୦୦ଫୁଟ ତଳକୁ ଥିବା ନଦୀକୁ ; ୨୬ ମୃତ, ୧୩ ଆହତ

ପାଲେମ୍ବାଙ୍ଗ: ପ୍ରଥମେ ଏକ ବସ୍ ରାସ୍ତାରେ ଥିବା କଂକ୍ରିଟ୍ ସହ ପିଟି ହୋଇ ପରେ ୫୦୦ଫୁଟ ତଳକୁ ପ୍ରବାହିତ ହେଉଥିବା ନବୀରେ ଖସି ପଡିଲା । ଫଳରେ ଏହି ଦୁର୍ଘଟଣାରେ ୨୬ଜଣ ପ୍ରାଣ ହରାଇଥିବାବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ଘଟିଛି ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ପ୍ରଦେଶ ଉପାନ୍ତ ଆଲମ ଅଂଚଳରେ ।

ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ଘଟଣାସ୍ଥଳରେ ୧୨୦ଜଣ ଉଦ୍ଧାକାରୀ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତି କରାଯାଇଛି। ଗୁରୁତର ଓ ମୃତକଙ୍କ ପରିଚୟ ଜାଣି ସେମାନଙ୍କ ପରିବାରଲୋକଙ୍କୁ ଯୋଗଯୋଗ କରିବା ପାଇଁ ପୋଲିସ ଚେଷ୍ଟା ଚଳାଇଛି।

ସ୍ଥାନୀୟ ପୋଲିସ ମୁଖ୍ୟ ଡୋଲି ଗୁମରା ମଙ୍ଗବାର ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ବସ୍‌ରେ ୫୦ଜଣ ଯାତ୍ରୀ ଥିଲେ। ୫୦୦ଫୁଟ ତଳକୁ ଖସିବା ପୂର୍ବରୁ ବସ୍‌ଟି ରାସ୍ତାରେ ଲାଗିଥିବା କଂକ୍ରିଟ୍‌ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବସ୍‌ଟି ବେଙ୍ଗାଲୁରୁର ପାଲେମ୍ବାଙ୍ଗ ଯାଉଥିଲା। ପୋଲିସ ଏହି ଦୁର୍ଘଟଣା ନେଇ ଯାଂଚ ଆରମ୍ଭ କରି ଦେଇଛି। ଘଟଣା ଘଟିଥିବା ସ୍ଥାନ ଦେଇ ଯାଉଥିବା ରାସ୍ତାକୁ ପୋଲିସ ବନ୍ଦ କରି ଦେଇଛି। ସେହିପରି କିଛି ଲୋକ ନଦୀରେ ଭାସି ଯାଇ ନିଖୋଜ ଥିବା ବି ପୋଲିସ ସନ୍ଦେହ କରୁଛି।