ଅକଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ ଆଜି ଇଡେନ ପାର୍କରେ ଖେଳାଯାଉଛି । ସିରିଜର ପ୍ରଥମ ମ୍ୟାଚ ହୋଇଥିବାରୁ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛନ୍ତି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛି ଅଧିନାୟକ ବିରାଟ କୋହଲି। ଭାରତୀୟ ପେସ ବୋଲର ଦମଦାର ଫର୍ମରେ ରହିଛନ୍ତି । ଇଡେନ ପାର୍କର ପିଚ ପେସ ବୋଲରଙ୍କ ପାଇଁ ଅନୁକୂଲ ହେବ ବୋଲି ଅନୁମାନ କରାଯାଉଛି।
ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ: କଲିନ ମନ୍ରୋ, କେନ ୱିଲିୟମସନ(କ୍ୟାପଟେନ), ମାର୍ଟିନ ଗୁପ୍ଟିଲ, ରସ ଟେଲର, ଟମ ବ୍ରୁସ, କଲିନ ଡି ଗ୍ରାଣ୍ଡହୋମ, ମିଚେଲ ସାଂଟନର, ଟିମ ସୈଫର୍ଟ(ୱିକେଟ କିପର), ବ୍ଳେଆର ଟିକନର, ହାମିସ ବେନଟ, ଇସ ଶୋଧି, ଟିମ ସାଉଦୀ।
ଭାରତୀୟ ଚୂଡାନ୍ତ ଏକାଦଶ: କେ ଏଲ ରାହୁଲ(ୱିକେଟ କିପର), ମନିଷ ପାଣ୍ଡେ, ରୋହିତ ଶର୍ମା, ଶ୍ରେୟସ ଆୟର, ବିରାଟ କୋହଲି(କ୍ୟାପଟେନ), ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ଜଶପ୍ରୀତ ବୁମରା, ମହମ୍ମଦ ସାମି, ଶାର୍ଦ୍ଦୁଳ ଠାକୁର, ୟୁଜଭେନ୍ଦ୍ର ଚହଲ।