ଚନ୍ଦ୍ର ଅଭିମୁଖେ ଗତି କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ସହ ଚନ୍ଦ୍ରଯାନ-୨ ମହାକାଶଯାନ ପୃଥିବୀର କକ୍ଷ ପରିକ୍ରମା କରିବା ପରେ ଚନ୍ଦ୍ର ଅଭିମୁଖେ ଗତି କରିଛି। ଇସ୍ରୋ ପକ୍ଷରୁ ଜାରୀ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ବୁଧବାର ଭୋର ୨ଟା ୨୧...

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ସହ ଚନ୍ଦ୍ରଯାନ-୨ ମହାକାଶଯାନ ପୃଥିବୀର କକ୍ଷ ପରିକ୍ରମା କରିବା ପରେ ଚନ୍ଦ୍ର ଅଭିମୁଖେ ଗତି କରିଛି। ଇସ୍ରୋ ପକ୍ଷରୁ ଜାରୀ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ବୁଧବାର ଭୋର ୨ଟା ୨୧ ମିନିଟରେ ଚନ୍ଦ୍ରଯାନ-୨ ମହାକାଶ ଯାନକୁ ଶେଷ କକ୍ଷପଥରୁ ଚନ୍ଦ୍ର ଅଭିମୁଖେ ଗତି କରିବାର କାର୍ଯ୍ୟ ସଫଳତାର ସହ ସଂପନ୍ନ କରାଯାଇଛି। ପୂର୍ବରୁ ଜୁଲାଇ ୨୩ରୁ ଅଗଷ୍ଟ ୬ ମଧ୍ୟରେ ଏହି ମହାକାଶ ଯାନର ଗତି ୫ ଗୁଣ ବୃଦ୍ଧି କରାଯାଇଥିଲା।

ଚନ୍ଦ୍ରଯାନ-୨ ଆସନ୍ତା ୨୦ ତାରିଖରେ ଚନ୍ଦ୍ରର କକ୍ଷରେ ପହଞ୍ଚିବ ଓ ଆସନ୍ତାମାସ ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବ। ସେହିଦିନ ଲ୍ୟାଣ୍ଡର ଦକ୍ଷିଣ ମେରୁରେ ପହଞ୍ଚିବା ଆଶା କରାଯାଉଛି। ଏହି ଅଭିଯାନ ଦ୍ୱାରା ଚନ୍ଦ୍ରପୃଷ୍ଠର ପ୍ରାକୃତିକ ବିଶେଷତ୍ୱ, ଖଣିଜ ସମ୍ପଦ, ରାସାୟନିକ ସଂରଚନା ଏବଂ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ଭାବେ ତଥ୍ୟ ଆହରଣ କରାଯାଇ ପାରିବ।

Spread the love
Categories
ଦେଶ-ବିଦେଶ

RELATED BY