ପ୍ରଥମ କରି ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଆରମ୍ଭ ହେଲା କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଚିକିତ୍ସା

ନୂଆଦିଲ୍ଲୀ: କରୋନା ଭାଇରସ ଆରୋଗ୍ୟ କରିବା ଆଶାରେ ନୂଆଦିଲ୍ଲୀର ସାକେତ୍ ଠାରେ ଥିବା ମ୍ୟାକ୍ସ ହସ୍ପିଟାଲରେ ଆରମ୍ଭ ହେଲା ଭାରତର ପ୍ରଥମ ପ୍ଲାଜମା ଚିକିତ୍ସା ।

ନୂଆଦିଲ୍ଲୀ ଅନ୍ତର୍ଗତ ଡିଫେନ୍ସ କଲୋନିର ଏକ ପରିବାରର ଚାରିଜଣ ସଦସ୍ୟ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇ ମ୍ୟାକ୍ସ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।

କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ସେ ପରିବାରର ବାପାଙ୍କର ମୃତ୍ୟୁ ଘଟିଥିବା ବେ‌ଳେ ମାଆ ଓ ଝିଅଙ୍କୁ ଘରକୁ ଛାଡ଼ି ଦିଆଯାଇଛି। ପ୍ଲାଜ୍‌ମା ଚିକିତ୍ସା କରିବାକୁ ଏହି ଡାକ୍ତରଖାନା ସରକାରଙ୍କ ଠାରୁ ଅନୁମତି ଆଣିଥିଲା। ଏହା ହେଉଛି ଦେଶରେ କରୋନାଭାଇରସ୍‌ ସଂକ୍ରମଣରେ ପ୍ରଥମ ପ୍ଲାଜ୍‌ମା ଚିକିତ୍ସା।

କରୋନାଭାଇରସ୍‌କୁ ଦମନ କରିବାକୁ କୌଣସି ଟିକା କିଂବା ଔଷଧ ନ ଥିବାରୁ ପ୍ଲାଜ୍‌ମା ଚିକିତ୍ସା ଫଳପ୍ରଦ ହେବ ବୋଲି ଆଶା କରାଯାଉଛି। କୋଭିଡ୍-୧୯ ରୋଗୀଙ୍କୁ ସୁସ୍ଥ କରିବାକୁ ଚୀନ୍ ଓ କୋରିଆ ଏହି ପଦ୍ଧତି ବ୍ୟବହାର କରିଛନ୍ତି।