ଅଗଷ୍ଟ ୧୫ ସୁଦ୍ଧା ଆସିଯିବ ଦେଶର ପ୍ରଥମ କରୋନା ଟୀକା !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଖୁସି ଖବର ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହୋଇପାରେ ଦେଶର ପ୍ରଥମ କରୋନା ଟୀକା । ଯାହାକୁ ବିକଶିତ କରୁଛି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତ ବାୟୋଟେକ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହ ମିଳିତ ଭାବରେ ଟୀକା ବିକଶିତ କାମ ଜାରି ରହିଛି ।

ଆଇସିଏମଆର ପକ୍ଷରୁ ଭାରତ ବାୟୋଟେକକୁ ଏକ ଚିଠି ଲେଖାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି, ସ୍ୱଦେଶୀ କରୋନା ଭାଇରସ ଟୀକାର ଟ୍ରାଏଲ୍ ଫାଷ୍ଟଟ୍ରାକ୍ ମୋଡରେ କରାଯାଉ । ଯାହାଦ୍ୱାରା ଅଗଷ୍ଟ ୧୫ ଭିତରେ କ୍ଲିନାକାଲ୍ ଟ୍ରାଏଲ ରିପୋର୍ଟକୁ ଲଞ୍ଚ କରାଯାଇ ପାରିବ ।

ସ୍ୱଦେଶୀ କରୋନା ଭାଇରସ୍ ଟୀକାର କ୍ଲିନନିକାଲ୍ ଟ୍ରାଏଲ ପାଇଁ ଆଇସିଏମଆର୍ ଦେଶରେ ୧୨ଟି ଅନୁଷ୍ଠାନକୁ ମନୋନୀତ କରିଛି । କୁହାଯାଉଛି ଜୁଲାଇ ୭ ତାରିଖ ପରେ ମଣିଷ ଦେହରେ ଟ୍ରାଏଲ୍ କରାଯିବ । ସଫଳ ହେଲେ ସ୍ୱଦେଶୀ କରୋନା ଟୀକାର ଶୁଭାରମ୍ଭ କରାଯିବ ।