ବିଶ୍ୱ କ୍ୟାଡେଟ କୁସ୍ତି : ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ଜିତିଲେ ସୁନା ଝିଅ ପ୍ରିୟା

ଭାରତ ପାଇଁ ଗୌରବ

ନୂଆଦିଲ୍ଲୀ : ବିଶ୍ୱ କ୍ୟାଡେଟ କୁସ୍ତିରେ ଭାରତକୁ ସ୍ବର୍ଣ୍ଣ ପଦକ ହାସଲ ହୋଇଛି । ୭୩ କେଜି ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି ଭାରତର ପ୍ରିୟା ମଲ୍ଲିକ । ବୁଲଗେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ବର୍ଣ୍ଣ ଜିତିଲେ ପ୍ରିୟା । ଫଳରେ ତାଙ୍କର ଏହି ସଫଲତା ପାଇଁ ତାଙ୍କୁ ଛୁଟିଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ । ରେଙ୍ଗଲର ପ୍ରିୟା ମଲିକ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି ।
ଏହା ପରେ ଦେଶକୁ ଏକ ଆନ୍ତର୍ଜାତୀୟ ସ୍ତରରେ ଗର୍ବିତ କରିଛନ୍ତି । ଗତକାଲି ଟୋକିଓ ଅଲିମ୍ପିକ୍ସ ମୀରବାଈ ଚାନୁ ରୌପ୍ୟ ପଦକ ଜିତି ଦୋଶ ପାଇଁ ଗୌରବ ଆଣିଥିଲେ। ଏହାର ଠିକ୍ ଦିନକ ପରେ ଦେଶକୁ ପୁଣିଥରେ ଗର୍ବୀତ କରାଇଛନ୍ତି ଆଉ ଜଣେ ମହିଳା ରେସଲର ପ୍ରିୟା ।

indian wrestler priya malik wins gold at world wrestling championship