ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ : ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ

ଭାରତ୍ତୋଳକରେ ପ୍ରଥମ ପଦକ ହାସଲ କରିଛି ଭାରତ

ଜାପାନ : ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରା ବାଈ ଚାନୁ । ଭାରତ୍ତୋଳକରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରତ୍ତୋଳକରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ମୀରାବାଇ ଚାନୁ ତାଙ୍କର ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଉଠାଇବାରେ ସଫଳ ହୋଇଥିଲେ ।

ତେବେ ସେ ତୃତୀୟ ପ୍ରୟାସରେ ବିଫଳ ହୋଇଥିଲେ । ଫଳରେ ସ୍ୱର୍ଣ୍ଣ ପଦକ ରେସରୁ ସେ ବାଦ ପଡିଛନ୍ତି । ମୀରାବାଈ ଚାନୁ ସ୍ନାଚ୍ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେପଟେ ଆଉ ଏକ ପଦକ ଦାବିଦାର ଦୌଡରେ ଅଛନ୍ତି ସୌରଭ ଚୌଧୁରୀ । ୧୦ ମିଟରେ ଏୟାର ରାଇଫଲରେ ସେ ନିଜର ଚମତ୍କାର ପ୍ରଦର୍ଶନ ଦେଇଛନ୍ତି ।

indian weightlifter mirabai chanu won sliver medal in olympics