ଭାରତୀୟ ସଟଲର ପିଭି ସିନ୍ଧୁ ଜିତିଲେ BWF  ୱାର୍ଲଡ ଟୁର ଫାଇନାଲ ଟାଇଟଲ

ଭୁବନେଶ୍ବର :  ଭାରତୀୟ ସଟଲର ପିଭି ସିନ୍ଧୁ ଜିତିଲେ BWF  ୱାର୍ଲଡ ଟୁର ଫାଇନାଲ ଟାଇଟଲ। ଫାଇନାଲରେ ଜାପାନର ନୋଜୁମି ଓକୁହାରାଙ୍କୁ ହରାଇ ସିନ୍ଧୁ ଜିତିଛନ୍ତି ଏହି ଟାଇଟଲ। BWF  ୱାର୍ଲଡ ଟୁର ଫାଇନାଲ ଟାଇଟଲ ଜିତିବାରେ ସିନ୍ଧୁ ବନିଛନ୍ତି ପ୍ରଥମ ଭାରତୀୟ। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଓକୁହାରାଙ୍କୁ ୨୧-୧୯,୨୧-୧୭ ଗେମ ପଏଣ୍ଟରେ ହରାଇ ହାତେଇଛନ୍ତି ଟାଇଟଲ। ପୂର୍ବରୁ ସିନ୍ଧୁ ଦୁଇ ଥର ୱାର୍ଲଡ ଚାମ୍ପିଅନସିପ ଟାଇଟଲ ଜିତିବାରେ ବିଫଳ ହୋଇଥିଲେ। ଗତବର୍ଷ ସିନ୍ଧୁ ୱାର୍ଲଡ ଚମ୍ପିଅନସିପରେ ରନର୍ସ ଅପ ଟାଇଟଲ ଜିତିଥିଲେ