୧୯ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କଲା ଭାରତ

ଅମୃତସର: ୧୯ ଜଣ ପାକିସ୍ତାନୀ ବନ୍ଦୀଙ୍କୁ ମଙ୍ଗଳବାର ଦିନ ଭାରତ ମୁକ୍ତ କରିଛି | ଅଟାରି-ୱାଘା ବର୍ଡ଼ର ଦେଇ ସେମାନେ ନିଜ ଦେଶକୁ ଫେରିଯାଇଛନ୍ତି | ଭାରତରେ ଅନୈତିକ ଭାବେ ରହୁଥିବା ବେଳେ ସେମାନେ ଧରାପଡ଼ିଥିଲେ | ଆଉ ଜେଲଦଣ୍ଡ...

ଅମୃତସର: ୧୯ ଜଣ ପାକିସ୍ତାନୀ ବନ୍ଦୀଙ୍କୁ ମଙ୍ଗଳବାର ଦିନ ଭାରତ ମୁକ୍ତ କରିଛି | ଅଟାରି-ୱାଘା ବର୍ଡ଼ର ଦେଇ ସେମାନେ ନିଜ ଦେଶକୁ ଫେରିଯାଇଛନ୍ତି | ଭାରତରେ ଅନୈତିକ ଭାବେ ରହୁଥିବା ବେଳେ ସେମାନେ ଧରାପଡ଼ିଥିଲେ | ଆଉ ଜେଲଦଣ୍ଡ ଭୋଗୁଥିଲେ |

ବନ୍ଦୀ ଭାବେ ୧୦ ବର୍ଷ ହେଲା ସଜା ଭୋଗୁଥିବା ବିକାଶ ଅହମ୍ମଦ କହିଛନ୍ତି ଯେ ୨୦୦୯ରେ ସେ ବିନା ଭିସାରେ ଭାରତରେ ରହୁଥିବାବେଳେ ଧରାପଡ଼ିଥିଲେ | ୧୦ ବର୍ଷ ପାଇଁ ତାଙ୍କୁ ଦଣ୍ଡ ମିଳିଥିଲା | ସେ କହିଛନ୍ତି ଭାରତକୁ ସମସ୍ତ ନ୍ୟାୟିକ ପ୍ରକ୍ରିୟାରେ ହିଁ ଆସିବେ | ସେହିପରି ୫୫ ବର୍ଷୀୟ ମସ୍ୟଜୀବି ମୁସ୍ତାଫା କହିଛନ୍ତି ଯେ ଉଭୟ ଭାରତ ଓ ପାକିସ୍ତାନ ସରକାର ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି |ବଡ କଥା ହେଉଛି ଭାରତ ପକ୍ଷରୁ ପାକିସ୍ତାନୀ ବନ୍ଦୀମାନଙ୍କୁ ମୁକ୍ତ କରାଯାଉଥିବାବେଳେ ପାକିସ୍ତାନ ପକ୍ଷରୁ ସେଭଳି ତତ୍ପରତା ପ୍ରକାଶ କରାଯାଉନାହିଁ | କାରଣ ପ୍ରାୟ ଭାରତୀୟ ବନ୍ଦୀ ସେମାନଙ୍କ ସଜା କାଟିସାରିଥିବାବେଳେ ଅଧିକ ସମୟ ଯାଏଁ ଜେଲରେ ବନ୍ଦୀ ହୋଇ ରହିଛନ୍ତି | ଏହାକୁ ନେଇ ଏପ୍ରିଲ ୯ରେ ଭାରତ ପକ୍ଷରୁ ପାକିସ୍ତାନକୁ ଚିଠି ଲେଖା ଯାଇଥିଲା | କୁହାଯାଇଥିଲା ଯେ ଦଣ୍ଡ ଅବଧି ସରିଯାଇଥିଲେ ବି ଭାରତୀୟମାନଙ୍କୁ ପାକିସ୍ତାନ ଜେଲରୁ ମୁକ୍ତ କରାଯାଉନାହିଁ | ତୁରନ୍ତ ସେମାନଙ୍କୁ ମୁକ୍ତ କରାଯିବାକୁ ପଦକ୍ଷେପ ନେବାକୁ ଭାରତ ପକ୍ଷରୁ କୁହାଯାଇଛି|

Spread the love
Categories
ଦେଶ-ବିଦେଶ

RELATED BY

  • ବିଧାୟକଙ୍କ ଘର ସମ୍ମୁଖରେ ବିସ୍ଫୋରଣ: ଜଣେ ମୃତ

    ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜ୍ୟରାଜେଶ୍ବରୀ ନଗରରେ କଂଗ୍ରେସ ବିଧାୟକଙ୍କ ଘର ସମ୍ମୁଖରେ ଏକ ବିସ୍ଫୋରଣ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ରବିବାର...
  • ବଦ୍ରିନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଡେରାଡୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥର ଯାତ୍ରା ଶେଷ କରିବା ପରେ ଆଜି ସକାଳ ୧୦ଟାରେ ବଦ୍ରିନାଥରେ ପହଂଚିଥିଲେ ।ସେ କେଦାରନାଥର ଗୁମ୍ଫାରେ ପ୍ରାୟ ୧୭ ଘଣ୍ଟା ରହି ଆଜି ସକାଳେ ସେଠାରୁ ବାହାରିଥିଲେ। ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ନେବା...
  • ଡିୟୁଟିରେ ଥିବା ତିନି ସରକାରୀ କର୍ମଚାରୀ ମୃତ

    ଶିମ୍‌ଲା: ନିର୍ବାଚନ ଡିୟୁଟି କରୁଥିବା ସମୟରେ ହିମାଚଳ ପ୍ରଦେଶରେ ଭିନ୍ନ ଭିନ୍ନ କାରଣରୁ ତିନି ଜଣ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟର ଜଣେ ନିର୍ବାଚନ କର୍ମଚାରୀ କହିଛନ୍ତି। ମୃତ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଜନଜାତି ଅଧ୍ୟୁଷିତ କିନ୍ନୌର...
  • ପଶ୍ଚିମ ଓ ଦକ୍ଷିଣ ଭାରତର ୬ ରାଜ୍ୟରେ ମରୁଡ଼ି ଆଶଙ୍କା

    ନୂଆଦିଲ୍ଲୀ: ସମ୍ଭାବ୍ୟ ମରୁଡ଼ି ଆଶଙ୍କାରେ କେନ୍ଦ୍ର ସରକାର ୬ଟି ରାଜ୍ୟକୁ ପରାମର୍ଶବଳୀ ଜାରି କରିଛନ୍ତି। ଏହି ରାଜ୍ୟଗୁଡ଼ିକରେ ଜଳସ୍ତର ଚିନ୍ତାଜନକ ଭାବେ ହ୍ରାସ ପାଇବା ପରିପ୍ରେକ୍ଷୀରେ ଏଭଳି ପରାମର୍ଶବଳୀ ଜାରି କରାଯାଇଛି। କେନ୍ଦ୍ର ଜଳ ଆୟୋଗଙ୍କ ପକ୍ଷରୁ ସଦସ୍ୟ ଏସ୍‌.କେ...