ଇଣ୍ଡିଆନ ଅଏଲ ପକ୍ଷରୁ “ତ୍ୟୋହାରୋ କି ଉମଙ୍ଗ ଇଣ୍ଡିଆନ ଅଏଲ କେ ସଙ୍ଗ”ର ଶୁଭାରମ୍ଭ

ଭୁବନେଶ୍ୱର:ଦେଶର ସବୁଠୁ ବଡ ପେଟ୍ରୋଲିୟମ ବିକ୍ରୟକାରୀ ସଂସ୍ଥା ଇଣ୍ଡିଆନ ଅଏଲ, ଭୁବନେଶ୍ୱର ଡିଭିଜନାଲ ଅଫିସ ମାଧ୍ୟମରେ “ତ୍ୟୋହାରୋ କି ଉମଙ୍ଗ ଇଣ୍ଡିଆନ ଅଏଲ କେ ସଙ୍ଗ” ନାମକ ଏକ ମେଗା ଅଭିଜାନର ଶୁଭାରମ୍ଭ କରିଛି । ଆଜି ଭୂବନେଶ୍ୱର ଡିଭିଜନାଲ ଅଫିସ ଅନ୍ତର୍ଗତ ୨୩୧ ଟି ପେଟ୍ରୋଲ ପମ୍ପରେ ଏହି ଯୋଜନା ଆରମ୍ଭ ହୋଇଯାଇଛି । ଉକ୍ତ କାର‌୍ୟ୍ୟକ୍ରମ ଦୀର୍ଘ ତିନିମାସ ଅର୍ଥାତ ତା ୧୧.୦୯.୨୦୧୯ ରିଖ ଠାରୁଆରମ୍ଭ ହୋଇ ତା ୩୦.୧୧.୨୦୧୯ ରିଖ ପର‌୍ୟ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ, ଭମର ସର୍ଭିସ ସେଣ୍ଟର ଠାରେ ଅନୁଷ୍ଟିତ ହୋଇଥିଲା ।
ଇଣ୍ଡିଆନ ଅଏଲ ମୁମ୍ବାଇର କାର୍ଯ୍ୟକାରୀ ନିର୍ଦ୍ଦେଶକୱ(ରିଟେଲ ସେଲସ୍) ଶ୍ରୀଯୁକ୍ତ ବିଜ୍ଞାନ କୁମାର ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମର ଶୋଭା ବଢାଇଥିଲେ । ଏହି କାର‌୍ୟ୍ୟକ୍ରମରେ ଅନ୍ୟ ମୁଖ୍ୟ ଅତିଥି ଭାବରେ ଇଣ୍ଡିଆନ ଅଏଲ ଭୁବନେଶ୍ୱର ଷ୍ଟେଟ ଅଫିସର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଶୁଭଜିତ ଘୋଷ, ଇଣ୍ଡିଆନ ଅଏଲ ଭୁବନେଶ୍ୱର ଷ୍ଟେଟ ଅଫିସର ମହାପ୍ରବନ୍ଧକ (ଇନୱଚାର‌୍ୟ, ରିଟେଲ ସେଲସ୍) ଶ୍ରୀଯୁକ୍ତ କୁମାରଜ୍ୟୋତି ରୟ ଚୌଧୁରୀ ଏବଂ ଇଣ୍ଡିଆନ ଅଏଲ ଷ୍ଟେଟ ଅଫିସ ଓ ଡିଭିଜନାଲ ଅଫିସର ଅନ୍ୟ ବୈଜେଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅଭିଜାନର ଶେଷରେ ଥିବା ବମ୍ପର ଲକି ଡ୍ରର ଉପହାର ଗୁଡିକ ହେଲା-
ପ୍ରଥମ ଉପହାର- Hyundai Grand i10 NIOS – ୧ଟି
ଦ୍ିତୀୟ ଉପହାର- ସ୍କୁଟି- ୯ଟି
ତୃତୀୟ ଉପହାର- ଏଲଇଡି ଟିଭି- ୯ଟି
ଚତୁର୍ଥ ଉପହାର- ସ୍ମାର୍ଟ ଫୋନ- ୧୮ ଟି
ପଂଚମ ଉପହାର- ମିକ୍ସଚର ଗ୍ରାଇଣ୍ଡର- ୧୮ଟି
ଷଷ୍ଠ ଉପହାର ଆଇରନ-୩୬ଟି

ପ୍ରତି ଦୁଇ ଓ ତିନି ଚକିଆ ଗାଡି ଚାଳକ ଯିଏ ଅତି କମରେ ୩୦୦ ଟଙ୍କାର ତେଲ ପକାଇବେ ଏବଂ ଚାରି ଚକିଆ ଗାଡି ଚାଳକ ଯିଏ ଅତି କମରେ ୧୨୦୦ ଟଙ୍କାର ତେଲ ପକାଇବେ, ସେମାନେ ଉକ୍ତ ଯୋଜନାରେ ଭାଗ ନେଇଇପାରିବେ । ଏହି ଯୋଜନାରେ ଭାଗ ନେବା ପାଇଁ ଗ୍ରାହକ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ମୋବାଇଲ ନମ୍ବରକୁ ଏସଏମଏସ ପଠାଇବାକୁ ହେବ । ଏସଏମଏସର ଫରମାଟ ହେଉଛି IOCL<space>Dealer CodeBill<space> number ଏବଂ ନମ୍ବର ହେଉଛି ୭୭୭୨୮୦୭୫୫୫ । ପ୍ରତିୱ ସପ୍ତାହର ସୋମବାର ଦିନ ବିଭିନ୍ନ ପେଟ୍ରୋଲ ପମ୍ପରେ ଏସଏମଏସ ସିଷ୍ଟମ ମାଧ୍ୟମରେ ଡ୍ର କରାଯିବ ଏବଂ ପ୍ରତି ପେଟ୍ରୋଲ ପମ୍ପରେ ତିନି ଜଣଙ୍କୁ ୧୦୦ଟଙ୍କା ମୁଲ୍ୟର ପେଟ୍ରୋଲ ମାଗଣାରେ ଦିଆଯିବ। ଅଭିଜାନର ଶେଷରେ ଏସଏମଏସ ସିଷ୍ଟମ ମାଧ୍ୟମରେ ମେଗା ଡ୍ର କରାଯିବ । ଏହି କାର‌୍ୟ୍ୟକ୍ରମର ସହଯୋଗୀ ହେଉଛନ୍ତି ହ୍ୟୁଣ୍ଡାଇ ଏବଂ ରେଡିଓ ପାର୍ଟନର ହେଉଛନ୍ତି ରେଡ୍ ଏଫଏମ ୯୩.୫ ।