ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ ରଂଜନ କୁମାର ମହାପାତ୍ରଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ସହ ବୃକ୍ଷରୋପଣ

ଭୁବନେଶ୍ୱର: ସ୍ୱଚ୍ଛତା ପଖୱାଡା ଅଭିଯାନ ଅନୁସାରେ ଇଣ୍ଡିଆନ ଅଏଲ, ଇଣ୍ଡିଆନ ଅଏଲ ଡିପୋ, ସୋମନାଥପୁର, ବାଲେଶ୍ୱରରେ ଇଣ୍ଡିଆନ ଅଏଲର ଏଲପିଜି ବୋଟଲିଂ ପ୍ଲାଂଟ(କୁରୁଦା)ରେ ସଫେଇ କାର୍ଯ୍ୟ କରାଯାଉଛି । ଏହି ସଫେଇ ଅଭିଯାନ ସମୟରେ ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ମହାପାତ୍ର ସଫେଇ କରୁଥିବା ଲୋକମାନଙ୍କ ସହ ଆଲୋଚନା କରି ନିଜେ ଏଥିରେ ସାମିଲ ହେବା ପାଇଁ ଆଗ୍ରହ କରିଥିଲେ । ତେବେ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ମନରେ ଆଗ୍ରହ ସୃଷ୍ଟି କରି ସଫେଇ କରୁଥିବା ଲୋକ,ଟ୍ରକ୍ ଡାଇଭର ଏବଂ ସ୍ଥାନୀୟ ଲୋକଙ୍କୁ ଏକାଠି କରି ସଫେଇ କାର୍ଯ୍ୟ କରିଥିଲେ । ଇଣ୍ଡିଆନ ଅଏଲ ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ସୁଭାଷଜିତ୍ ଘୋଷ ଉପସ୍ଥିତ ଥିବା ଲୋକଙ୍କୁ ସ୍ୱଚ୍ଛତା ଉପରେ ଆହ୍ୱାନ ଦେଇଥିଲେ । ଏଥିସହିତ ସ୍ୱଚ୍ଛତାକୁ ନେଇ ମହାତ୍ମାଗାନ୍ଧୀଙ୍କ ବାଣୀକୁ ଲୋକଙ୍କୁ ଶୁଣାଇ ସେମାନଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ ।

୨୦୦ରୁ ଅଧିକ ଟ୍ରକ୍ ଡ୍ରାଇଭର ନିଜର ବିଚାରଧାରା ବଖାଣିବା ସହ ଉକ୍ତ ଅଭିଯାନରେ ଭାଗ ନେଇଥିଲେ । ଏହି ଅବସରରେ ଡିପୋ ଏବଯ ଏଲପିଜି ବାଟାଲିଂ ପରିସରରେ ସଫେଇ କାର୍ଯ୍ୟ କରାଯିବା ସହ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା । ଏଥିସହ ଟ୍ରାକ୍ ପାକିଂ ଏବଂ ଏହାର ଆଖପାଖ ଅଂଚଳରେ ଡଷ୍ଟବିନ୍ ବ୍ୟବସ୍ଥା କରାଯାଇଛି । ଏଥିରେ ସାମିଲ ଥିବା ସମସ୍ତ ଲୋକଙ୍କୁ ଶ୍ରୀ ମହାପାତ୍ର ସ୍ୱଚ୍ଛତା ବିଷୟରେ ନିଜର ମତ ରଖିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିସହ ଶେଷରେ ଉକ୍ତ ଅଭିଯାନରେ ସାମିଲ ଥିବା ସମସ୍ତ ଲୋକଙ୍କୁ ଶ୍ରୀ ଘୋଷ ଧନ୍ୟବାଦ ଜଣାଇଥିଲେ ।