ଆଜି କୁଳଭୂଷଣଙ୍କୁ ଭେଟିବାକୁ ଯିବେ ଭାରତୀୟ ଅଧିକାରୀ

ନୂଆଦିଲ୍ଲୀ:ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଧବଙ୍କୁ ଶୁକ୍ରବାର ଦିନ କନସୁଲାର ଆକସେସ୍ ପ୍ରଦାନ କରାଯିବ । ଅର୍ଥାତ ତାଙ୍କୁ ଭାରତୀୟ ଅଧିକାରୀମାନେ ଭେଟିପାରିବେ । ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମହମ୍ମଦ ଫୈସଲ ସୂଚନା ଦେଇଛନ୍ତି । ପାକିସ୍ତାନର ପ୍ରସ୍ତାବକୁ ଅନୁଧ୍ୟାନ କରାଯାଉଛି ବୋଲି ଭାରତୀୟ ବୈଦେଶିକ ବିଭାଗ କହିଛି ।

ଭାରତୀୟ ନୌସେନାରୁ ଅବସର ନେଇଥିବା ଅଧିକାରୀ କୁଳଭୂଷଣ ଯାଧବଙ୍କୁ ପାକିସ୍ତାନର ଏକ ସୈନ୍ୟ ଅଦାଲତ ଗୁଇନ୍ଦାଗିରି ଓ ଆତଙ୍କବାଦ ଅଭିଯୋଗରେ ୨୦୧୭ ଏପ୍ରିଲରେ ମୃତ୍ୟୁଦଣ୍ଡ ଶୁଣାଇଥିଲା । ଏହାପରେ ଏହି ଦଣ୍ଡ ବିରୋଧରେ ଭାରତ ଆଇସିଜେର ଦ୍ୱାରସ୍ଥ ହୋଇଥିଲା ।