ଭାରତୀୟ ନୈାସେନାରେ ସାମିଲ ହେଲା ବୁଡ଼ା ଜାହାଜ ଆଇଏନଏସ ଖଣ୍ଡେରି

ନୂଆଦିଲ୍ଲୀ:କେନ୍ଦ୍ର ପ୍ର୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଭାରତୀୟ ନୈାସେନାରେ କଲବରୀ ଶ୍ରେଣୀର ଦ୍ୱିତୀୟ ବୁଡ଼ା ଜାହାଜ ଆଇଏନଏସ ଖଣ୍ଡେରିକୁ ସାମିଲ କରିଛନ୍ତି । ଏହା ସହ ପି-୧୭ର ପ୍ରଥମ ଯୁଦ୍ଧପୋତ ଆଇଏନଏସ ନୀଳଗିରିକୁ ମଧ୍ୟ ଲଞ୍ଚ କରାଯାଇଛିି । 

ବୁଡ଼ା ଜାହାଜ ଆଇଏନଏସ ଖଣ୍ଡେରିକୁ ନୈାସେନାରେ ସାମିଲ କରିବା ଏକ ଗର୍ବର ବିଷୟ ବୋଲି ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଭାରତ ନିଜ ପାଇଁ ବୁଡ଼ାଜାହାଜ ପ୍ରସ୍ତୁତ କରିବାର ଏକ ଦେଶ ଯାହା କିଛି ସ୍ୱତନ୍ତ୍ର ଦେଶ ଗୁଡ଼ିକ ମଧ୍ୟରେ ରହିଛି । ମୁମ୍ବାଇର ତଟୀୟ କ୍ଷେତ୍ରରେ ଯଦି କେହି ଶାନ୍ତି ଭଙ୍ଗ କରିବ ତେବେ ଭାରତୀୟ ସେନା ତାର କଡ଼ା ଜବାବ ଦେବ ବୋଲି ମଧ୍ୟ ସେ କହିଛନ୍ତି । ପୂର୍ବରୁ ଇଞ୍ଜିନରେ ଶବ୍ଦ ଆସୁଥିବାରୁ ଭାରତୀୟ ନୈାସେନା ସ୍କୋରପିୟନ ବା କଲବରୀ ଶ୍ରେଣୀର ଦ୍ୱିତୀୟ ବୁଡ଼ା ଜାହାଜ ଆଇଏନଏସ ଖଣ୍ଡେରିକୁ ସାମିଲ କରିବାକୁ ମନା କରିଥିଲା । ତେଣୁ ଏହାକୁ ବିଳମ୍ବରେ ସାମିଲ କରାଯାଇଛି । 

ବୁଡ଼ା ଜାହାଜ ଆଇଏନଏସ ଖଣ୍ଡେରିରେ ଅତ୍ୟାଧୁନିକ କୈାଶଳ ରହିଛି । ଯାହା ଦ୍ୱାରା ଏହି ଜାହାଜକୁ ଖୋଜି ଆକ୍ରମଣ କରିବା ଶତ୍ରୁଙ୍କ ପାଇଁ ସଜହ ହେବ ନାହିଁ । ଏହି ବୁଡ଼ା ଜାହାଜ ଆଇଏନଏସ ଖଣ୍ଡେରି ଲଞ୍ଚଡ଼ ଏଣ୍ଟି ସିପ ମିସାଇଲକୁ ମଧ୍ୟ ହମଲା କରିବାରେ ସକ୍ଷମ ରହିଛି । ଯୁଦ୍ଧ ସମୟରେ ଏହି ଆଇଏନଏସ ଖଣ୍ଡେରି ସବୁ ପ୍ରକାର ଆକ୍ରମଣରୁ ସୁରକ୍ଷିତ ରହି ଶତ୍ରୁଙ୍କ କବଳରୁ ବାହରି ପାରିବା କ୍ଷମତା ରହିଛି ।