ସ୍ମାର୍ଟଫୋନ ଓ ସୋସିଆଲ ସାଇଟ ଉପରେ ରୋକ ଲଗାଇଲା ନୌସେନା

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିଜର ସମସ୍ତ ଯବାନ ଏବଂ ଅଧିକାରୀଙ୍କୁ ସ୍ମାର୍ଟଫୋନ ଏବଂ ସୋସିଆଲ ସାଇଟର ବ୍ୟବହାରରେ ରୋକ ଲଗାଇଛି । ଗତ କିଛି ଦିନ ମଧ୍ୟରେ ସାତ ଜଣଙ୍କୁ ନୌସେନା ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରିଥିଲା । ଅଭିଯୋଗ ଥିଲା ଯେ ଗିରଫ ହୋଇଥିବା ସାତ ଜଣ ପକିସ୍ତାନ ପାଇଁ ଜାସୁସି କରିଥିଲେ, ଏହାପରେ ଏହି ନିଷ୍ପତି ନିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ତଳ ଦିନରେ ଆନ୍ଧ୍ର ପ୍ରଦେଶ ପୁଲିସ ପାକିସ୍ତାନ ସହ ଜଡିତ ଥିବା ଏକ ଜାସୁସି ରାକେରକୁ ଉଜାଗର କରିଥିଲା । ପୁଲିସ ତରଫରୁ କୁହାଯାଇଥିଲା ଯେ ଏହି ରାକେଟର ପାକିସ୍ତାନ ସହ ସମ୍ପର୍କ ରହିଥିଲା । ଏହି ମାମଲାରେ ଭାରତୀୟ ନୌସେନାର ସାତ ଜଣ କର୍ମୀଙ୍କୁ ଗିରଫ କରାଯାଇଥିଲା । ଏହାଛଡା ଅନେକ ସନ୍ଦିଗ୍ଧଙ୍କୁ ଜେରା କରାଯାଇଛି ।

ପୋଲିସ ତରଫରୁ କୁହାଯାଇଛି ଯେ ପୋଲିସର ଗୁଇନ୍ଦା ଶାଖା କେନ୍ଦ୍ରୀ ଗୁଇନ୍ଦା ସଂସ୍ଥା ଏବଂ ନୌସେନାର ଗୁଇନ୍ଦା ବିଭାଗ ସହ ମିଶି ଅପରେସନ ଡଫ୍ଲିନ୍ସ ନୋଜ ଆରମ୍ଭ କରିଥିଲା ଏବଂ ଏହି ରାକେଟର ପର୍ଜାଫାସ କରିଥିଲା । ନୌସେନାର ସାତ ଜଣ କର୍ମଚାରୀଙ୍କ ସହ ଜଣେ ବ୍ୟକ୍ତିଙ୍କୁ ଦେଶର ଭିନ୍ନ-ଭିନ୍ନ ସ୍ଥାନରୁ ଗିରଫ କରାଯାଇଥିଲା ।