ମୁମ୍ବାଇ: “ଇଣ୍ଡିଆନ୍ ଆଇଡଲ-୧୧” ର ତାଜ୍ ଜିତିଲେ ସନୀ ହିନ୍ଦୁସ୍ତାନୀ । ସନୀ ହିନ୍ଦୁସ୍ତାନୀଙ୍କୁ ଇଣ୍ଡିଆନ୍ ଆଇଡଲ-୧୧ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ଏହା ସହିତ ପ୍ରଥମ ରନର୍ ଅପ୍ ରୋହିତ ରାଉତ ଏବଂ ଦ୍ବିତୀୟ ରନର୍ ଅପ୍ ଓଙ୍କନା ମୁଖାର୍ଜୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିଛି। ଫିନାଲେରେ ଆଦ୍ରିଜ୍ ଘୋଷ ତୃତୀୟ ଏବଂ ରିଧମ କଲ୍ୟାଣ ଚତୁର୍ଥ ରନର୍ ଅପ୍ ବିଜେତା ହୋଇଛନ୍ତି। ପୂର୍ବ ଘୋଷଣା ମୁତାବକ ବିଜେତା ସନୀ ଟି-ସିରିଜ୍ର ଆଗାମୀ ଚଳଚ୍ଚିତ୍ରରେ ଗାଇବା ସୁଯୋଗ ପାଇବେ।
ପ୍ରକାଶଥାଉ କି, ଇଣ୍ଡିଆନ୍ ଆଇଡଲ୍ରେ ଭାଗ ନେବା ପୂର୍ବରୁ ସନୀ ଜୋତା ପାଲିସ୍ କରୁଥିଲେ। କିନ୍ତୁ ନିଜ ପ୍ରତିଭା ବଳରେ ସେ ଆଜି ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲ୍ ହାସଲ କରି ପାରିଛନ୍ତି।