ଅଷ୍ଟ୍ରେଲିଆ ପରେ ନ୍ୟୁଜିଲାଣ୍ଡରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ

ନିଜ ମାଟିରେ ଧୁଳି ଚାଟିଲା କିୱି ଟିମ୍‌

ୱେଲିଂଟନ୍‌: ଅଷ୍ଟ୍ରେଲିଆ ପରେ ନ୍ୟୁଜିଲାଣ୍ଡରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ ।ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌କୁ ଭାରତୀୟ ଟିମ୍ ୩୫ ରନ୍‌ରେ ଜିତି ନେଇଛି ।ଏହାସହିତ ସିରିଜ୍‌କୁ ୪-୧ରେ କବ୍‌ଜା କରିଛି ଭାରତୀୟ ଟିମ୍‌ ।

ନିଜ ମାଟିରେ ଧୁଳି ଚାଟିଲା କିୱି ଟିମ୍‌ ।ଘରୋଇ ମାଟିରେ ଟିମ୍ ଇଣ୍ଡିଆକୁ ଦେଇପାରିଲାନି ଟକ୍କର ।ୱେଲିଂଟନ୍‌ରେ ଶେଷ ଦିନିକିଆରେ ଘରୋଇ ଟିମ୍‌ ଆଗରେ ୨୫୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଟିମ୍ ଇଣ୍ଡିଆ ।ହେଲେ  ମାତ୍ର ୪୪.୧ ଓଭରରେ ୨୧୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ନ୍ୟୁଜିଲାଣ୍ଡ। ଲଗାତର ୩ଟି ଦିନିକିଆରେ ଏକ ତରଫା ବିଜୟ ହାସଲ କରିବା ପରେ ଭାରତର ବିଜୟ ରଥକୁ ଘରୋଇ ନ୍ୟୁଜିଲାଣ୍ଡ ଚତୁର୍ଥ ଦିନିକିଆରେ ଅଟକାଇ ଦେଇଥିଲା । ହେଲେ  ଆଜି ୱୋଲିଂଟନ୍ ଦିନିକିଆକୁ କବଜା କରିନେଇଛି ଭାରତ।

ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ମାତ୍ରା ୧୮ରନ୍ ରେ ୪ଟି ୱିକେଟ୍ ହରାଇଥିଲା ଟିମ ଇଣ୍ଡିଆ  । ହେଲେ  ଏହା ସହ ଖେଳାଳିମାନେ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲେ । ରୋହିତ ଶର୍ମା ୨, ଶିଖର ଧୱନ ୬, ଶୁଭମନ ଗିଲ୍ ୭ ଏବଂ ଧୋନି ୧ ରନ୍  କରି ପାଭିଲିଅନ୍ ଫେରି ଯାଇଥିଲେ । ଆମ୍ବାତି ରାଇଡୁ ଏବଂ ବିଜୟ ଶଙ୍କର ଇନିଂସ ସମ୍ଭାଳିଥିଲେ । ଅମ୍ବାତି ରାଇଡୁଙ୍କ ଧୈର୍ଯ୍ୟପୂର୍ଣ୍ଣ ୯୦ ରନ୍ କରିଥିଲେ । ହେଲେ ୨୫୩ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ନ୍ୟୁଜିଲାଣ୍ଡ ଦଳ ସେତେଟା ଭଲ ପ୍ରଦର୍ଶନ କରିନପାରି ଭାରତୀୟ ବୋଲରଙ୍କ ଶୀକାର ହୋଇଥିଲା । । ଭାରତ  ପକ୍ଷରୁ ଚହଲ ୪୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ସାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଅମ୍ବତି ରାୟୁଡୁ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି।