ଟି-୨୦ ଦଳରୁ ଧୋନି ବାଦ୍; ଟେଷ୍ଟକୁ ଫେରିଲେ ରୋହିତ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ରେ ପାଦ ଦେବା ପରଠାରୁ ପ୍ରଥମଥର ପାଇଁ ଜାତୀୟ ଦଳରୁ ବାଦ୍ ପଡ଼ିଛନ୍ତି । ଆଗାମୀ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଘୋଷିତ ଭାରତୀୟ ଦଳରୁ ଜାତୀୟ ଚୟନକର୍ତ୍ତା ଧୋନିଙ୍କୁ ବାଦ୍ ଦେଇଛନ୍ତି । ତେବେ ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦ କହିଛନ୍ତି, ଧୋନିଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର ଏବେ ଶେଷ ହୋଇନାହିଁ ।

ପ୍ରସାଦଙ୍କ କହିବା ଅନୁଯାୟୀ, ଚୟନକର୍ତ୍ତା ଏବେ ବିକଳ୍ପ ୱିକେଟ୍କିପର ସନ୍ଧାନରେ ଅଛନ୍ତି । ଏହି କାରଣରୁ ଋଷଭ ପନ୍ତ ଓ ଦିନେଶ କାର୍ତ୍ତିକଙ୍କୁ ଟିମ୍ରେ ସାମିଲ କରାଯାଇଛି । ଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ରୁ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ରୋହିତ ଶର୍ମା ଟିମ୍ର ନେତୃତ୍ୱ ନେବେ । କେଦାର ଯାଦବ ଇଣ୍ଡିଜ୍ ବିପକ୍ଷ ଶେଷ ଦୁଇଟି ଦିନିକିଆ ପାଇଁ ଦଳକୁ ଫେରିଛନ୍ତି ।

ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ୧୮ଜଣିଆ ଟିମ୍ ଘୋଷଣା କରାଯାଇଛି । ରୋହିତ ଶର୍ମା, ପାର୍ଥିବ ପଟେଲ ଓ ମୁରଲୀ ବିଜୟଙ୍କୁ ଅଷ୍ଟ୍ରେଲିଆରେ ଡିସେମ୍ବର-ଜାନୁଆରୀରେ ହେବାକୁଥିବା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଟିମ୍ରେ ସାମିଲ୍ କରାଯାଇଛି । ଇଂଲଣ୍ଡ ଗସ୍ତରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ଶିଖର ଧାୱନଙ୍କୁ ବାଦ୍ ଦିଆଯାଇଛି ।

ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, ଲୋକେଶ ରାହୁଲ, ପୃଥ୍ୱୀ ଶ’, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରୋହିତ ଶର୍ମା, ଋଷଭ ପନ୍ତ, ପାର୍ଥିବ ପଟେଲ, ଆର୍. ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ ଯାଦବ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର ।

ଇଣ୍ଡିଜ୍ ବିପକ୍ଷ ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ଲୋକେଶ ରାହୁଲ, ଦିନେଶ କାର୍ତ୍ତିକ, ମନିଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ୍କିପର), କୃନାଲ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରା, ଖଲିଲ ଅହମ୍ମଦ, ଉମେଶ ଯାଦବ, ଶାହାବାଜ ନଦିମ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା ଶିଖର ଧାୱନ୍, ଲୋକେଶ ରାହୁଲ, ଦିନେଶ କାର୍ତ୍ତିକ, ମନିଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ୍କିପର), କୃନାଲ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରା, ଖଲିଲ ଅହମ୍ମଦ, ଉମେଶ ଯାଦବ ।