ଆଇସିସି ବିଶ୍ୱକପ ଟିମରେ ରୋହିତ ଓ ବୁମ୍ରା

ଲଣ୍ଡନ: ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପରେ ଆଇସିସି ତା’ର ବିଶ୍ୱକପ୍ ଟିମ୍ ଘୋଷଣା କରିଛି। ଏହି ଟିମରେ ଦୁଇଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ଭାରତ ପକ୍ଷରୁ ବିଶ୍ୱକପରେ ଚମତ୍କାର ଫର୍ମରେ ରହିଥିବା ରୋହିତ୍ ଶର୍ମା ଓ ଯଶପ୍ରୀତ...

ଲଣ୍ଡନ: ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣ ପରେ ଆଇସିସି ତା’ର ବିଶ୍ୱକପ୍ ଟିମ୍ ଘୋଷଣା କରିଛି। ଏହି ଟିମରେ ଦୁଇଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ଭାରତ ପକ୍ଷରୁ ବିଶ୍ୱକପରେ ଚମତ୍କାର ଫର୍ମରେ ରହିଥିବା ରୋହିତ୍ ଶର୍ମା ଓ ଯଶପ୍ରୀତ ବୁମ୍ରାଙ୍କୁ ସ୍ଥାନ ମିଳିଛି। ହେଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଏହି ଟିମରେ ସ୍ଥାନ ମିଳିନାହିଁ।
ଆଇସିସି ତା’ର ବିଶ୍ୱକପ୍ ଟିମର ନେତୃତ୍ୱ ଭାର ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ଦେଇଛି। ଏହି ଟିମରେ ଇଂଲଣ୍ଡର ସର୍ବାଧିକ ୪ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ଭାରତ, ନ୍ୟୁଜିଲ୍ୟାଣ୍ଡ୍ ଓ ଅଷ୍ଟ୍ରେଲିଆର ଦୁଇଜଣ ଲେଖାଏ, ବାଂଲାଦେଶର ଜଣେ ଖେଳାଳି ସ୍ଥାନ ପାଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟଙ୍କୁ ଦ୍ୱାଦଶ ଖେଳାଳି ଭାବେ ଏହି ଟିମରେ ସ୍ଥାନ ମିଳିଛି।

ଆଇସିସି ତା’ର ବିଶ୍ୱକପ୍ ଟିମରେ ସେହି ଖେଳାଳିଙ୍କୁ ଚୟନ କରିଛି, ଯିଏ ୭ ସପ୍ତାହ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ନିଜ ପ୍ରଦର୍ଶନ ଦ୍ୱାରା ଲଗାତାର ପ୍ରଭାବିତ କରିଛନ୍ତି। ଭାରର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଟୁର୍ଣ୍ଣାମେଣ୍ଟରେ ୫ଟି ଶତକ ସହ ସର୍ବାଧିକ ୬୪୮ ରନ୍ କରିଛନ୍ତି। ରୋହିତ୍ ମଧ୍ୟ ଗୋଟିଏ ସଂସ୍କରଣରେ ୫ଟି ଶତକ ମାରିବାର ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ତାଙ୍କ ପରେ ଦ୍ୱିତୀୟ ଓପ୍ନର ଭାବେ ଇଂଲଣ୍ଡର ଜେସନ୍ ରୟଙ୍କୁ ଚୟନ କରାଯାଇଛି। ରୟ ଟୁର୍ଣ୍ଣାମେଣ୍ଟରେ ୧୧୫.୩୬ ଷ୍ଟ୍ରାଇକରେଟରେ ୪୪୩ ରନ୍ କରିଛନ୍ତି। ସେ ଆହତ କାରଣରୁ ବିଶ୍ୱକପର କିଛି ମ୍ୟାଚ୍ ଖେଳିପାରିନଥିଲେ। ଭାରତ ବିପକ୍ଷ କର ବା ମର ମ୍ୟାଚରେ ସେ ଦମଦାର ବ୍ୟାଟିଂ ଇଂଲଣ୍ଡ ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ।
ମ୍ବର-୩ ପାଇଁ କିୱି କ୍ୟାପଟେନ୍ କେନ୍ ୱିଲିୟମସନଙ୍କ ସାମିଲ୍ କରାଯାଇଛି। ତାଙ୍କୁ କ୍ୟାପଟେନ୍ ଭାବେ ଚୟନ କରାଯାଇଛି। ୱିଲିୟମସନ୍ ଏହି ବିଶ୍ୱକପରେ ୮୨.୫୭ ହାରରେ ୫୭୮ ରନ୍ କରିଛନ୍ତି। ଏଥିସହ ସେ ନୂଆ ବିଶ୍ୱରେକର୍ଡ ମଧ୍ୟ କରିଛନ୍ତି। କୌଣସି ବିଶ୍ୱକପ୍ ସଂସ୍କରଣରେ ଅଧିନାୟକ ଭାବେ ସର୍ବାଧିକ ରନ୍ କରିବାର ରେକର୍ଡ ୱିଲିୟମସନଙ୍କ ନାମରେ ହୋଇଛି।

Spread the love
Categories
ସ୍ପୋର୍ଟସ

RELATED BY