ଜାତିସଂଘ ପରାମର୍ଶଦାତା ଟିମ୍‌ରେ ସ୍ଥାନ ପାଇଲେ ଓଡ଼ିଆ ଝିଅ ଅର୍ଚ୍ଚନା

ସୁନ୍ଦରଗଡ: ସାରା ଦେଶ ପାଇଁ ଗର୍ବ ଆଣିଲେ ଅର୍ଚ୍ଚନା । ଓଡ଼ିଆ ଝିଅ ଅର୍ଚ୍ଚନା ସୋରେଙ୍ଗ ଜାତିସଂଘର ପରାମର୍ଶଦାତା ନିଯୁକ୍ତ । ଜଳବାୟୁ ପରିବର୍ତ୍ତନ ସଂପର୍କିତ ଯୁବ ପରାମର୍ଶଦାତା ଗୋଷ୍ଠୀକୁ ସେ ମନୋନୀତ ହୋଇଛନ୍ତି । ଅର୍ଚ୍ଚନା ବିଶ୍ୱର ୭ ଜଣିଆ ପରାମର୍ଶଦାତା ଗୋଷ୍ଠୀରେ ଏକମାତ୍ର ଭାରତୀୟ । ଖଡ଼ିଆ ଜନଜାତିର ଝିଅ ଅର୍ଚ୍ଚନା ସୋରେଙ୍ଗଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ । ସେ ରାଜନୀତି ବିଜ୍ଞାନରେ ପାଟଣା ମହିଳା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ମୁମ୍ବାଇ ଟିସ୍‌ରେ ଅଧ୍ୟୟନ କରୁଥିଲେ । ସେପଟେ ଅର୍ଚ୍ଚନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ କରି ଅର୍ଚ୍ଚନାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଧର୍ମେନ୍ଦ୍ର ।

indian-climate-activist-archana-soreng-named-by-un-chief-to-new-advisory-group

ଏହାସହ ସେ ଆଦିବାସୀ ଯୁବ ଚେତନା ମଞ୍ଚର ଆବାହିକା ସହ ଅଲ୍ ଇଣ୍ଡିଆ କ୍ୟାଥୋଲିକ୍ ୟୁନିଭର୍ସିଟି ଫେଡେରେସନର ପଦାଧିକାରୀ ଥିଲେ । ଏବେ ମୁମ୍ବାଇ ଟିସ୍ ଅଧୀନରେ ଜଙ୍ଗଲ ଅଧିକାର ସଂକ୍ରାନ୍ତ ରିସର୍ଚ୍ଚ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ଏନେଇ ଅର୍ଚ୍ଚନା କହିଛନ୍ତି ସମୟ ଆସିଛି, ଜଳବାୟୁ ସମ୍ପର୍କରେ ଆମେ ଯୁବପିଢ଼ି ବୈଶ୍ୱିକ ନେତୃତ୍ୱ ନେବୁ ।