ବାଇକରେ ଆସିଲେ ବ୍ୟାଙ୍କ ଲୁଟିଲେ : ଅନୁଗୁଳ ହରିମହୁରୀ ଇଣ୍ଡିଆନ ବ୍ୟାଙ୍କ ଲୁଟ୍ କଲେ ୪ ଯୁବକ

ଅନୁଗୋଳ  : ଅନୁଗୁଳ ହରିମହୁରୀ ଛକ ସ୍ଥିତ ଇଣ୍ଡିଆନ ବ୍ୟାଙ୍କରୁ ଲୁଟ୍ । ୪ଜଣ ଯୁବକ ବାଇକରେ ଆସି ବ୍ୟାଙ୍କ ଲୁଟିଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ହେଲେମଟ୍ ପିନ୍ଧି ବ୍ୟାଙ୍କ ଭିତରେ ପଶିଥିଲେ । ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ବନ୍ଧୁକ ଦେଖାଇ, ଅକାଉଣ୍ଟାଣ୍ଟ ପାଖରୁ ଚାବିନେଇ  ବ୍ୟାଙ୍କ ଡ୍ରରୁ ଲକ୍ଷାଧିକ ଟଙ୍କା ସହ ବହୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଘଟଣାରେ ଜଣେ ବ୍ୟାଙ୍କ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ବ୍ୟାଙ୍କ୍ ଲୁଟ୍ ପରେ ଛେଣ୍ଡିପଦା, ତାଳଚେର, ବଅଁରପାଳ, ବାରିପଦା, ବନ୍ତାଳା ରାସ୍ତା ସିଲ୍ । ଲୁଟ୍ ପରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ପୂର୍ବରୁ ଅନୁଗୋଳର ଅନ୍ୟ ଏକ ବ୍ୟାଙ୍କ ଶାଖାରୁ ଲୁଟ ହୋଇଥିଲା ।