ବାୟୁସେନାର ମିଗ୍‌-୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ଚଣ୍ଡୀଗଡ଼: ପଞ୍ଜାବରେ ଭାରତୀୟ ବାୟୁସେନାର ମିଗ୍‌-୨୯ ଯୁଦ୍ଧ ବିମାନ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ନୱାଁସହର ଜିଲା ଅନ୍ତର୍ଗତ ଚୁହାଡ଼ପୁର ଗାଁ ନିକଟରେ ବିମାନଟି ଆକାଶରୁ ହଠାତ୍‌ ଖସିପଡ଼ିଥିଲା। ଏହା ପରେ ସେଥିରେ ନିଆଁ ଲାଗିଯାଇଥିଲା। ଯୁଦ୍ଧ ବିମାନରୁ ପାଇଲଟ୍‌ ଏମ.କେ. ପାଣ୍ଡେ ସୁରକ୍ଷିତ ଭାବେ ବାହାରି ଆସିଥିଲେ। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି।

ବୈଷୟିକ ତ୍ରୁଟି ଯୋଗୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ବିମାନ ଖସିପଡ଼ିବା ପରେ ଆଖପାଖ ଗାଁର ଲୋକମାନେ ପ୍ରଥମେ ଘଟଣାସ୍ଥଳରେ ପହଂଚିଥିଲେ। ଖବର ପାଇ ଜିଲା ଏବଂ ପୋଲିସ ପ୍ରଶାସନ ସେଠାରେ ପହଂଚିଥିଲେ।