ଭାରତ-ସାଉଥ ଆଫ୍ରିକା ଟି-୨୦ ମ୍ୟାଚ, ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତି

ବାଙ୍ଗାଲୋର:ଆଜି ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ତୃତୀୟ ଟି୨୦ରେ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଏହା ସହ ସେ ଭ୍ରମଣକାରୀ ଦଳକୁ ବୋଲିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲା ଆଜି ସନ୍ଧ୍ୟା ୭ଟାରେ ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ପୁଣି ଥରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ରନର ଲଢେଇ ଦେଖିବାକୁ ମିଳିବ। ବିରାଟ ଅନ୍ତରାଷ୍ଟ୍ରୀୟ ଟି-୨୦ରେ ସବୁଠୁ ଅଧିକ ରନ କରିବାର ନିଜ ରେକର୍ଡକୁ ବଞ୍ଚାଇବାକୁ ଚାହିଁବେ ତ ଅନ୍ୟପଟେ ରୋହିତଙ୍କ ଲକ୍ଷ୍ୟ ପୁଣି ଥରେ ଏହି ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବେ।