ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଲଢ଼େଇ:ଟସ୍ ଭିତି ଫିଲ୍ଡିଂ ର ନିଷ୍ପତି ନେଲା ଭାରତ

ୱେଷ୍ଟଇଣ୍ଡିଜ୍ ର ପ୍ରଥମ ବ୍ୟାଟିଂ

କଟକ: ଆଜି ବାରବାଟୀରେ ଭାର-ୱେଷ୍ଟଇଣ୍ଡିଜ୍ ର ଲଢ଼େଇରେ ଟସ୍ ଜିତିଲା ଭାରତ । ଭାରତ ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଇଥିବାବେଳେ ୱେଷ୍ଟଇଣ୍ଡିଜ୍ ପ୍ରଥମ ବ୍ୟାଟିଂ କରିବ । ଅନ୍ୟପଟେ ଦୀପକ ଜହରଙ୍କ ସ୍ଥାନରେ ନବଦୀପ ସୈନିକଙ୍କୁ ସାମିଲ କରାଯାଇଛି ।

ଭାରତ ଏହି ମ୍ୟାଚ୍ ଜିତି କ୍ରମାଗତ ଦଶମ ଦ୍ୱିପାକ୍ଷିକ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ମଧ୍ୟ ଚେନ୍ନାଇ ଭଳି ବାରବାଟୀ ଦିନିକିଆ ଜିତି ଭାରତକୁ ଚକମା ଦେବାକୁ ଟାର୍ଗେଟ୍ ରଖିଛି। ୱେଷ୍ଟଇଣ୍ଡିଜ୍ ଚେନ୍ନାଇରେ ଚମକପ୍ରଦ ବିଜୟ ହାସଲ କରିଥିବା ବେଳେ ଭାରତ ବିଶାଖାପାଟଣାରେ ବଡ଼ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତନ କରିଥିଲା। ଦ୍ୱିତୀୟ ମ୍ୟାଚରେ ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ବଳରେ ଭାରତ ୩୮୭ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଏହା ପରେ କୁଲଦୀପ ଯାଦବଙ୍କ ହ୍ୟାଟ୍ରିକ୍ ସଫଳତା ବଳରେ ଭାରତ ଇଣ୍ଡିଜ୍ ଟିମକୁ ୨୮୦ ରନରେ ସୀମିତ ରଖିଥିଲା।