ଆଜି ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ଲଢ଼େଇ

କଟକ: ଆଜି କଟକର ବାରବାଟୀରେ ଭାରତ- ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଐତିହାସିକ ଲଢ଼େଇ ହେବାକୁ ଯାଉଛି । ତେବେ ଏହି ଐତିହାସିକ ଲଢ଼େଇରେ ହେବ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ । ଆଜି ପାଇଁ ଶନିବାର ଉଭୟ ଦଳ ଅଭ୍ୟାସ କରି ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ଆଜି ହେବାକୁ ଥିବା ଏହି ଲଢ଼େଇରେ କିଏ କାହାଠାରୁ ବାଜିମାରିବ ତେବେ ଆଗାମୀ ସମୟରେ ଜଣାପଡିବ । ଯଦି ଏହି ମ୍ୟାଚରେ ଭାରତ ବିଜୟୀ ହୁଏ, ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତର ୧୦ତମ ଶୃଙ୍ଖଳା ଜିତିବାର ଗୌରବ ହାସଲ କରିବ । ଅପରାହ୍ନ ୧ଟା ୩୦ ମିନିଟରେ ବହୁ ପ୍ରତୀକ୍ଷିତ ଏହି ମ୍ୟାଚ ଆରମ୍ଭ ହେବ ।

ତୃତୀୟ ଦିନିକିଆ ପାଇଁ ଉଭୟ ଓଡ଼ିଶା କ୍ରିକେଟ ଆସୋସିଏଶନ ଓ ପୋଲିସ ପକ୍ଷରୁ ବ୍ୟାପକ ପସ୍ତୁତି କରାଯାଇଛି । ଖେଳାଳିମାନେ ଷ୍ଟାଡିୟମରେ ପହଂଚିବା ଏବଂ ମ୍ୟାଚ ପରେ ପୁଣି ହୋଟେଲକୁ ଫେରିଯିବା ନେଇ ଓସିଓ ଓ ପୋଲିସ ମଧ୍ୟରେ ବୈଠକ ହୋଇଛି । ବାରବାଟୀ ମ୍ୟାଚ ପାଇଁ ୮୦ ପ୍ଲାଟୁନ ପୋଲିସ ଖେଳାଳିଙ୍କ ସୁରକ୍ଷା ଓ ଷ୍ଟାଡିୟମ ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ ବୋଲି ପୂର୍ବରୁ ପୋଲିସ ପକ୍ଷରୁ କୁହାଯାଇଛି ।