ଆଜି ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ଲଣ୍ଡନ: ୨୦୧୯ କ୍ରିକେଟ ବିଶ୍ଵକପ୍‌ରେ ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ସର୍ବାଧିକ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ। ଟାଇଟଲ ହାତେଇବା ଲାଗି ଉଭୟ ଟିମ୍‌ ଦାବିଦାର ଥିବାରୁ କଡ଼ା...

ଲଣ୍ଡନ: ୨୦୧୯ କ୍ରିକେଟ ବିଶ୍ଵକପ୍‌ରେ ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ସର୍ବାଧିକ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ। ଟାଇଟଲ ହାତେଇବା ଲାଗି ଉଭୟ ଟିମ୍‌ ଦାବିଦାର ଥିବାରୁ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ମଞ୍ଚେଷ୍ଟରରେ ଏହି ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ଏହି ଗ୍ରାଉଣ୍ଡରେ ଟିମ୍‌ ଇଣ୍ଡିଆ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ହରାଇଥିବାରୁ ମ୍ୟାଚ୍‌ରେ ଭାରତ ଭଲ ପ୍ରଦର୍ଶନ କରିବା ସହିତ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇ ଫାଇନାଲରେ ନିଜର ସ୍ଥାନ ପକ୍କା କରିବ ବୋଲି ପ୍ରଶଂସକମାନେ ଆଶାବାଦୀ ରହିଛନ୍ତି। ଅନ୍ୟପଟେ ବିଶ୍ଵକପ୍‌ରେ ଉଭୟ ଟିମ୍ ପରସ୍ପରକୁ ୮ଥର ଭେଟିଥିବାବେଳେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରେ ଏବଂ ଭାରତ ୩ଟିରେ ବିଜୟ ହାସଲ କରିଛି। ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି।

Spread the love
Categories
ସ୍ପୋର୍ଟସ

RELATED BY

  • ଇଣ୍ଡୋନେସିଆ ଓପନ୍: ସିନ୍ଧୁଙ୍କୁ ସିଲଭର

    ଜାକର୍ତ୍ତା: ଭାରତର ଟପ୍ ଶଟଲର୍ ପିଭି ସିନ୍ଧୁ ଚଳିତ ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ହାରିଯାଇଛନ୍ତି। ରବିବାର ଖେଳାଯାଇଥିବା ଟାଇଟଲ୍ ଲଢ଼େଇରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚିଙ୍କ ନିକଟରୁ ୧୫-୨୧, ୧୬-୨୧ ଗେମରେ ହାରି ରନର୍ସଅପ୍ ହୋଇଛନ୍ତି। ଏହି...
  • ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା

    ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଆଜି ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ୨ଟି ଟେଷ୍ଟ, ୩ଟି ଦିନିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଟିମ୍ ଘୋଷଣା କରାଯାଇଛି। ତିନୋଟି ଯାକ ଫର୍ମାଟ୍‌ରେ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି।...
  • ୨ ମାସ କ୍ରିକେଟ ଖେଳିବେନି ଧୋନୀ

    ନୂଆଦିଲ୍ଲୀ: ଭାରତୀୟ ଟିମର ୱିକେଟକିପର ତଥା ଅନୁଭବୀ ବ୍ୟାଟସମ୍ୟାନ ମହେନ୍ଦ୍ର ସିଂ ଧୋନୀ ନିଜର ସନ୍ନ୍ୟାସ ଏବଂ ୱେଷ୍ଟଇଣ୍ଡିଜ ଗସ୍ତକୁ ନେଇ ହେଉଥିବା ବିଭିନ୍ନ ଆଲୋଚନା ଉପରେ ବିରାମ ଲଗାଇଛନ୍ତି । ୩୮ ବର୍ଷିୟ ଧୋନୀ ବିସିସିଆଇକୁ ଆସନ୍ତା ୨ମାସ...
  • ସଚିନ୍‌ଙ୍କୁ ଆଉ ଏକ ସମ୍ମାନ

    ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଉ ଏକ ସମ୍ମାନରେ ଅଧିକାରୀ ହୋଇଛନ୍ତି। ‘କ୍ରିକେଟର ଭଗବାନ’ କୁହାଯାଉଥିବା ଏହି ପୂର୍ବତନ କ୍ରିକେଟ ଖେଳାଳି ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ଆଲନ ଡୋନାଲ୍ଡ ଆଇସିସିର ‘ହଲ୍‌ ଅଫ୍ ଫେମ୍‌’ରେ ସ୍ଥାନ...