ଇଣ୍ଟିଆ ଟୁ-ଡେ ସର୍ଭେ : କମିନି ନବୀନଙ୍କ ଲୋକ ପ୍ରିୟତା, ଏବେ ବି ନମ୍ବର ଓ୍ବାନ

ଭୁବନେଶ୍ବର : କମିନି ନବୀନଙ୍କ ଲୋକପ୍ରିୟତା । ଚାରି ୪ଥର ମୁଖ୍ୟମନ୍ତ୍ରୀ ହେବା ପରେ ବି ରାଜ୍ୟବାସୀ ନବୀନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ  ଚାହୁଁଛନ୍ତି । ଇଣ୍ଡିଆ ଟୁଡେ ପଲିଟିକାଲ ଷ୍ଟକ ଏକ୍ସେଚେଞ୍ଜ ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ୫୪ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ଚାହୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚାହୁଁଛନ୍ତି ୨୪ ପ୍ରତିଶତ ଲୋକ । ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଏଭଳି ରିପୋର୍ଟ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଏଭଳି ସର୍ଭେ ରିପୋର୍ଟକୁ କଂଗ୍ରେସ କେବଳ ଆକଳନ ବୋଲି  କହୁଥିବା ବେଳେ ଏହାକୁ ପ୍ରାୟୋଜିତ ବୋଲି କହିଛି ବିଜେପି ।  ସେପଟେ ବିଜେଡିର ଜବାବ୍‌ ଲୋକେ ବିଜେଡି ସହ ଅଛନ୍ତି ଆଉ ସର୍ଭେ ରିପୋର୍ଟ ବିଜେଡିର ଲୋକ ପ୍ରିୟତାର ପ୍ରମାଣ ।

ନବୀନ ନମ୍ବର ଓ୍ବାନ । ୪ ଥର ମୁଖ୍ୟମନ୍ତ୍ରୀ ହେବା ପରେ ବି କମିନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଲୋକପ୍ରିୟତା । ରାଜ୍ୟର ୫୪ ପ୍ରତିଶତ ଲୋକ ପଞ୍ଚମ ଥର ଲାଗି ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି । ୨୩ ପ୍ରତିଶତ ଲୋକ ନବୀନ ଓ ବିଜେଡି ସରକାର ଉପର ସନ୍ତୁଷ୍ଟ ଅଛନ୍ତି । ଇଣ୍ଡିଆ ଟୁଡେ ନଭେମ୍ବର ମାସର ପଲିଟିକାଲ ଷ୍ଟକ ଏକ୍ସେଚେଞ୍ଜ ସର୍ଭେରେ ଏମିତି ରିପୋର୍ଟ ପ୍ରକାଶ ପାଇଛି । ୨୯ ପ୍ରତିଶତ ଲୋକ ସରକାରଙ୍କ ଉପରେ କେତେକାଂଶରେ ଖୁସିଥିବା ବେଳେ ୨୨ପ୍ରତିଶତ ଲୋକ ସରକାରଙ୍କ ଉପରେ ନାଖୁସ ଥିବା ଦର୍ଶାଇଛି ଇଣ୍ଡିଆ ଟୁଡେ । ସେହିଭଳି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ  ୨୪ ପ୍ରତିଶତ ଲୋକ ଚାହୁଁଛନ୍ତି  ବୋଲି କହିଛି ସର୍ଭେ ରିପୋର୍ଟ । ବିଜେଡି ଲୋକଙ୍କ ସହ ଅଛି ଓ ଏହା ହିଁ ସର୍ଭେରେ ପ୍ରତିଫଳିତ ହୋଇଛି ବୋଲି କହିଛନ୍ତି ଦଳୀୟ ନେତା ।

ରାଜ୍ୟରେ ସାଧାରଣ ନିର୍ବାଚନ ମାହୋଲ ତିଆରି ହେଉଥିବାବେଳେ ଜାତୀୟ ଗଣମାଧ୍ୟର ଏହି  ସର୍ଭେ ରାଜ୍ୟ ରାଜନୀତିକୁ ଗରମ କରୁଛି । ବିଜେପି କହିଛି ଟଙ୍କା ଖର୍ଚ୍ଚ କରି ନିଜକୁ ନମ୍ବର ଓ୍ବାନ କରାଇବାରେ କିଛି ବାହାଦୁରୀ ନାହିଁ,  ଏହା କେବଳ ପ୍ରାୟୋଜିତ । ଲୋକେ ଏବେ ମୁଡ ବନେଇଛନ୍ତି ସରକାର ଏଥର ବଦଳିବା ନିଶ୍ଚିତ ବୋଲି ବିଜେପି ଦାବି କରୁଥିବା ବେଳେ କଂଗ୍ରେସ ଏଭଳି ସର୍ଭେକୁ କେବଳ ଆକଳନ ବୋଲି କହି ଆଡ଼େଇ ଦେଇଛି । ହେଲେ ବିଜେଡିର ଜବାବ ଯାହା ବିରୋଧୀଙ୍କୁ ନ ସୁହାଇବ ତାହାକୁ ପ୍ରାୟୋଜିତ କରିବା ବିରୋଧୀଙ୍କ ଅଭ୍ୟାସ ହୋଇଗଲାଣି ।

ସାଧାରଣ ନିର୍ବାଚନ ପୂର୍ବରୁ ଲୋକପ୍ରିୟତା ଓ ହାରଜିତକୁ ନେଇ ସାମ୍ନାକୁ ଆସୁଛି ଏକାଧିକ ସର୍ଭେ ରିପୋର୍ଟ । ଯାହା ରାଜ୍ୟ ରାଜନୀତିକୁ  ସରଗରମ କରୁଛି ସତ ହେଲେ ପ୍ରକୃତରେ କାହାର କେତେ ଲୋକପ୍ରିୟତା  ସେକଥା ଓଡ଼ିଶାର ଭୋଟର ଭଲଭାବେ ଜାଣିଛନ୍ତି  ।