ଇଣ୍ଡିଆ ଟୁଡେ ସର୍ଭେ : ନବୀନ ଏବେ ବି ନମ୍ବର ଓାନ, ଧମେନ୍ଦ୍ର ଦ୍ୱିତୀୟ ପସନ୍ଦ

ଭୁବନେଶ୍ବର : ୧୮ ବର୍ଷ କ୍ଷମତାରେ ଥାଇ ବି ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା କମିନି । ଏବେ ବି ସେ ଏକ ନମ୍ବର୍ । ରାଜ୍ୟର ୫୯ ପ୍ରତିଶତ ଲୋକ ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଇଣ୍ଡିଆ ଟୁଡେ ପତ୍ରିକାର ସର୍ଭେ ରିପୋର୍ଟରେ ଏମିତି ପ୍ରକାଶ ପାଇଛି । ନବୀନଙ୍କ ପଛକୁ ରାଜ୍ୟରେ ପ୍ରଭାବୀ ନେତା ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବା ବେଲେ ତାଙ୍କୁ ୨୧ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା, ୨୦୧୪ ଅପେକ୍ଷା ବର୍ତ୍ତମାନ ରାଜ୍ୟରେ ମୋଦିଙ୍କ ଲୋକପ୍ରିୟତା ବଢ଼ିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏମିତି ରିପୋର୍ଟକୁ ନେଇ ଜୋରଦାର୍ ଚର୍ଚ୍ଚା ଆରମ୍ଭ ହୋଇଛି ।
ନବୀନ ଏବେ ବି ଓଡ଼ିଶାର ଏକ ନମ୍ବର ନେତା । ଇଣ୍ଡିଆ ଟୁଡେ ପତ୍ରିକା ସର୍ଭେ ରିପୋର୍ଟରେ ଏଭଳି ପ୍ରକାଶ ପାଇଛି । ରାଜ୍ୟର ୫୯ ପ୍ରତିଶତ ଲୋକ ନବୀନଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ଚାହୁଁଥିବା ପତ୍ରିକା ପ୍ରକାଶ କରିଛି । ୪୪ ପ୍ରତିଶତ ଲୋକ ନବୀନଙ୍କ କାମରେ ସନ୍ତୁଷ୍ଟ ବୋଲି ଦର୍ଶାଯାଇଛି । ୧୮ ବର୍ଷ ଶାସନ ପରେ ବି ନବୀନ ତାଙ୍କ ପପୁଲାରିଟି ବଜାୟ ରଖିଛନ୍ତି । ତେବେ ୧୯ ପ୍ରତିଶତ ଲୋକ ନବୀନଙ୍କ କାମରେ ଅସନ୍ତୁଷ୍ଟ । ନବୀନଙ୍କ ପଛକୁ ଦ୍ବିତୀୟ ପ୍ରଭାବୀ ନେତା ତାଲିକାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୧ ପ୍ରତିଶତ ଲୋକ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଇଣ୍ଡିଆ ଟୁଡେ ଓ ପଲିଟିକାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ ହୋଇଛି । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ରିପୋର୍ଟକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ବୟାନବାଜି ।

୫୯ ପ୍ରତିଶତ ଲୋକ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି
୨୧ ପ୍ରତିଶତ ଲୋକ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି
ଓଡ଼ିଶାର ୫୪ ପ୍ରତିଶତ ଲୋକ ମୋଦିଙ୍କୁ ଆଉଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି
ଓଡ଼ିସାର ୨୧ ପ୍ରତିଶତ ଲୋକ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ଚାହାନ୍ତି

୨୦୧୪ରେ ମୋଦିଙ୍କୁ ଓଡ଼ିଶାବାସୀ ଗ୍ରହଣ କରି ନଥିଲେ । ସାରା ଦେଶରେ ମୋଦି ହାୱା ଥିବା ବେଳେ ବିଜେପିକୁ ମିଳିଥିଲା ମାତ୍ର ଗୋଟେ ଲୋକସଭାସିଟ୍ । ତେବେ ବର୍ତ୍ତମାନର ସର୍ଭେ ଅନୁଯାୟୀ ଓଡ଼ିଶାର ୫୪ ପ୍ରତିଶତ ଲୋକ ମୋଦିଙ୍କୁ ଆଉଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଅର୍ଥାତ ନବୀନଙ୍କ ପାଖାପାଖି ରହିଛି ମୋଦିଙ୍କ ପପୁଲାରିଟି । ତେବେ ଓଡ଼ିସାର ୨୧ ପ୍ରତିଶତ ଲୋକ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ଚାହାନ୍ତି । ତେବେ ୨୦୧୯ରେ ଓଡ଼ିଶାରେ କଣ ନବୀନ ବନାମ ମୋଦି ଲଢେଇ ହେବ କି ? ଯଦି ହୁଏ ତେବେ କାହା ସପକ୍ଷରେ ଆସନରେ କନଭର୍ଟ ହେବ ? ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ବି ଏଭଳି ସର୍ଭେ ଉପରେ ପ୍ରଶ୍ନ କରିଛନ୍ତି ।
ଅନେକ ସମୟରେ ସର୍ଭେ ରିପୋର୍ଟ ଭୁଲ ପ୍ରମାଣିତ ହୋଇଛି । ସର୍ଭେ ସତ ହେବାର ନଜିର ବି କିଛି କମ୍ ନାହିଁ । କିନ୍ତୁ ଏବେ ରାଜ୍ୟ ରାଜନୀତିର ହାଲଚାଲ ଯାହା, ତାକୁ ନେଇ ସଠିକ୍ ଆକଳନ କରିବା ମୁସ୍କିଲ ।