ହଣ୍ଡୱାରା ଘଟଣାରେ ସହିଦଙ୍କ ଅବସରରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ରବିବାର ଜମ୍ମୁ ଓ କଶ୍ମୀରର ହଣ୍ଡୱାରା ସହରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ କରି ସହିଦ ହୋଇଥିବା ୫ଜଣ ସୁରକ୍ଷାକର୍ମୀଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି।

ଟୁଇଟ୍ କରି ସିଂହ ଲେଖିଛନ୍ତି, ଅଭିଯାନରେ ସହିଦ ‌ହୋଇଥିବା ସୈନିକ ଓ ସୁରକ୍ଷାକର୍ମୀଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି। ଏହି ବୀର ସହିଦମାନଙ୍କ ପରିବାରଙ୍କ ପାଖେ ପାଖେ ଭାରତ ରହିଛି। ଦେଶ ସେମାନଙ୍କର ସାହସିକତା ଓ ଆତ୍ମବଳିକୁ ଭୁଲିବ ନାହିଁ।

ସେ ଆହୁରି କହିଛନ୍ତି ଯେ ହଣ୍ଡୱାରାରେ ଆମେ ହରାଇଥିବା ସୈନିକ ଓ ସୁରକ୍ଷା କର୍ମଚାରୀଙ୍କ କଥା ଅତ୍ୟନ୍ତ ବେଦନା ଦାୟକ। ଆତଙ୍କବାଦୀଙ୍କ ସହ ଲଢ଼େଇରେ ସେମାନେ ଦୃଷ୍ଟାନ୍ତମୂଳକ ସାହସ ଦେଖାଇଛନ୍ତି ଓ ଦେଶର ସେବା କରି ଆତ୍ମବଳି ଦେଇଛନ୍ତି। ଆମେ ସେମାନଙ୍କ ସାହସିକତା ଓ ଆତ୍ମବଳିକୁ ଭୁଲିବୁ ନାହିଁ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଏହି ଏନାଉଂଟର‌ରେ କର୍ଣ୍ଣେଲ୍ ଆଶୁଦତୋଷ ଶର୍ମା, ମେଜର ଅଞ୍ଜୁ, ଜଣେ ଲାନ୍‌ସ୍ ନାଏକ, ଜଣେ ରାଇଫଲ୍‌ମ୍ୟାନ୍ ଏବଂ ପୋଲିସ ସବ୍‌-ଇନ୍ସପେକ୍ଟର୍ ଶକୀଲ୍ କାଜି ସହିଦ ହୋଇଛନ୍ତି।