ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ; ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ପୁଣେ: ମହାରାଷ୍ଟ୍ର କ୍ରିକେଟ ଷ୍ଟାଡ଼ିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଟସ୍ ପଡ଼ିଛି। ଭାରତ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ବିଶାଖପାଟଣାରେ ପ୍ରଥମ ଟେଷ୍ଟ ମ୍ୟାଚ ଭାରତ ଜିତିଥିବାରୁ ଏହି ମ୍ୟାଚରେ ମଧ୍ୟ ଜିତିବ...

ପୁଣେ: ମହାରାଷ୍ଟ୍ର କ୍ରିକେଟ ଷ୍ଟାଡ଼ିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ଟସ୍ ପଡ଼ିଛି। ଭାରତ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ବିଶାଖପାଟଣାରେ ପ୍ରଥମ ଟେଷ୍ଟ ମ୍ୟାଚ ଭାରତ ଜିତିଥିବାରୁ ଏହି ମ୍ୟାଚରେ ମଧ୍ୟ ଜିତିବ ବୋଲି ଆଶା ରଖିଛି।

ପ୍ରଥମ ଟେଷ୍ଟକୁ ୨୦୩ ରନ୍‌ରେ ଜିତି ୩ ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ବିରାଟ୍‌ ବାହିନୀ ଦ୍ୱିତୀୟ ମ୍ୟାଚ୍‌ରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ରହିଛି। ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ କମବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି।

ଏହି ପିଚ ମୁଖ୍ୟତଃ ସ୍ପିନରଙ୍କୁ ସୁହାଇଥାଏ। ଭାରତ ୧୧ ଜଣିଆ ଖେଳାଳି ତାଲିକାରେ ବିଶାଖାପାଟଣା ମ୍ୟାଚରେ ଖେଳୁଥିବା ଜଶପ୍ରୀତ ବୁମରାହଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସୁଯୋଗ ଦେଇଛି। ବୁମରାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ସେ ଏବେ ଏହି ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ସେହିପରି ପ୍ରଥମ ମ୍ୟାଚରେ ୧୧ ଜଣିଆ ଖେଳାଳି ତାଲିକାରେ ଥିବା ହନୁମାନ ବିହାରୀଙ୍କୁ ଚଳିତ ମ୍ୟାଚରେ ସ୍ଥାନ ମିଳିନାହିଁ। ଅନ୍ୟପଟେ ଦକ୍ଷିଣ ଆଫ୍ରିକା କିନ୍ତୁ ଖେଳାଳି ତାଲିକାରେ କୌଣସି ପରିବର୍ତ୍ତନ କରିନାହିଁ।

ସୂଚନାଯୋଗ୍ୟ, ୨୦୦୩ରେ ଏହି ପିଚରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳା ଯାଇଥିଲା। ଏଯାଏ ୨୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଏହି ପିଚରେ ଖେଳାଯାଇଛି। ଯେଉଁଥିରୁ ୧୦ ଜଣ ଖେଳାଳି ୧୫୦ରୁ ଅଧିକ ବ୍ୟକ୍ତିଗତ ସ୍କୋର କରିବାରେ ସଫଳ ହୋଇଛନ୍ତି। ୨୬ଟି ମ୍ୟାଚରୁ ଏଯାଏ ୧୩ଟି ମ୍ୟାଚ ଡ୍ର ରହିଛି। ବର୍ଷା ସମ୍ଭାବନା ଅଧିକ ରହିଥିବାରୁ ମ୍ୟାଚ ବେଳେ ସମସ୍ୟା ଉପୁଜିପାରେ।

Spread the love
Categories
ସ୍ପୋର୍ଟସ

RELATED BY