ଜିଡିପି ଖସି ୭ମ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ସକଳ ଘରୋଇ ଉତ୍ପାଦ ଅର୍ଥାତ୍ ଜିଡିପି ର ବୈଶ୍ୱିକ ର‌୍ୟାଙ୍କରେ ଭାରତୀୟ ଅର୍ଥବ୍ୟବସ୍ଥା ୫ମ ସ୍ଥାନରୁ ଖସି ୭ମ ସ୍ଥାନରେ ପହଁଚିଛି । ବାଣିଜ୍ୟ ବର୍ଷ ୨୦୧୮ ପାଇଁ ବିଶ୍ୱ ବ୍ୟାଙ୍କ ଆକଳନ ମୁତାବକ ଜିଡିପିରେ ଭାରତ ୭ନମ୍ବରରେ ପହଁଚିଛି । ତେବେ ବ୍ରିଟେନ ଏବଂ ଫ୍ରାନ୍ସ ୫ମ ଓ ୬ଷ୍ଠ ସ୍ଥାନରେ ରହିଛିନ୍ତି । ୨୦୧୭ରେ ଭାରତ ଫ୍ରାନ୍ସ କୁ ପଛରେ ପକାଇ ଆଗରେ ପହଁଚିଥିଲା । କିନ୍ତୁ ଚଳିତ ବର୍ଷ ଭାରତ ତଳକୁ ଖସି ଯାଇଛି । 

ଜିଡିପି ମାମଲାରେ ଆମେରିକୀୟ ଅର୍ଥବ୍ୟବସ୍ଥା ଏକ ନମ୍ବରରେ ରହିଛି । ୨୦୧୮ ବାଣିଜ୍ୟ ବର୍ଷରେ ୟୁଏସର ଜିଡିପି ୨୦.୫ ଟ୍ରିଲିୟନ ଡଲାର ରହିଛି । ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଚୀନ ରହିଛି । ଚୀନର ଜିଡିପି ୧୩.୬ ଟ୍ରିଲିୟନ ଡଲାର ରହିଛି । ସେହି ସମୟରେ ୫ ଟ୍ରିଲିୟନ ଡଲାର ସହିତ ଜାପାନ ତୃତୀୟ ସ୍ଥାନରେ ରହିଛି । ୨.୮ ଟ୍ରିଲିୟନ ଡଲାର ସହ ବ୍ରିଟେନ ଓ ଫ୍ରାନ୍ସ ୫ମ ଓ ୬ଷ୍ଠ ସ୍ଥାନରେ ରହିଛନ୍ତି । ସେହିଭଳି ୨.୭ ଟ୍ରିଲିୟନ ଡଲାର ସହ ଭାରତ ୭ମ ସ୍ଥାନରେ ରହିଛି । 

୨୦୧୭ରେ ଭାରତୀୟ ଅର୍ଥବ୍ୟବସ୍ଥାରେ ଜିଡିପି ୨.୬୫ ଟ୍ରିଲିୟନ ଡଲାର ଥିଲା । ଏହି ସମୟରେ ୟୁକେର ଜିଡିପି ୨.୬୪ ଓ ଫ୍ରାନ୍ସର ୨.୫ ଟ୍ରିଲିୟନ ଡଲାର ଥିଲା । ତେବେ ଭାରତର ଜିଡିପି ହ୍ରାସ ପାଇବା ନେଇ ଅର୍ଥନୀତିଜ୍ଞ ଦେବେନ୍ଦ୍ର ପନ୍ଥ କହିଛନ୍ତି କି, ୨୦୧୭ରେ ଟଙ୍କା ଡଲାର ତୁଳନାରେ ମଜବୁତ ହୋଇଥିଲା । କିନ୍ତୁ ୨୦୧୮ରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି । ଯାହାକି ଜିଡିପି ର‌୍ୟାଙ୍କିଙ୍ଗ୍ ତଳକୁ ଖସିବାର ମୁଖ୍ୟ କାରଣ ।