ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ୍‌ରେ ବଢ଼ିଲା କୋଚ୍‌ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ବଢ଼ିଲା କୋଚ୍ ସଂଖ୍ୟା ।  ଟ୍ରେନ ଯାତ୍ରୀଙ୍କ ଆଗ୍ରହ ଦେଖି ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଆଉ ୫ଟି ବଗି ଯୋଡା ଯାଇଛି । ତେବେ ଟିକେଟ ଚାହିଦା ପ୍ରତି ଯାତ୍ରୀଙ୍କ ଅତ୍ୟଧିକ ଆଗ୍ରହକୁ ଦୃଷ୍ଟିରେ ରଖି ଆଉ ଅଧିକ ୫ଟି ବଗି ସଂଯୋଗ କରାଯାଇଛି । ୫ଟି କୋଚ୍ ମଧ୍ୟରେ ୩ଏସିରେ ୪ଟି ବଗି ଓ ୨ଏସିରେ ଗୋଟିଏ ବଗି ଅତିରିକ୍ତ ଲାଗିଥିବା ସୂଚନା ମିଳିଛି । ଆସନ୍ତାକାଲିଠାରୁ ଏହି ଅତିରିକ୍ତ ବଗି ଟ୍ରେନରେ ସଂଯୋଗ ହେବ । ତେବେ ପୂର୍ବରୁ ଟ୍ରେନରେ ୧୭ଟି ବଗି ରହିଥିବା ବେଳେ ଆଉ ୫ ବଗିକୁ ମିଶାଇ ଏହା ଏବେ ୨୨କୁ ବୃଦ୍ଧି ପାଇଛି । ଅତିରିକ୍ତ ୫ଟି ବଗି ପାଇଁ କିଛି ସମୟ ପରେ ବୁକିଂ ଆରମ୍ଭ ହେବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।