ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁ ଜମ୍ମୁ-କଶ୍ମୀର ଓ ଲଦ୍ଦାଖ ବିଶେଷ ଲାଭାନ୍ୱୀତ ହେବେ : ରାଷ୍ଟ୍ରପତି

ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦବୋଧନ ଦେଲେ ରାଷ୍ଟ୍ରପତି ନୂଆଦିଲ୍ଲୀ  : ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦେଶବାସୀଙ୍କୁସମ୍ବୋଧିତ କରିଛନ୍ତି। ୭୩ତମ ସ୍ୱାଧୀନତା ଦିସର ହାର୍ଦ୍ଦିକ ଅଭିନନ୍ଦନ ସବ ଅଭିଭାଷଣ ରାଷ୍ଟ୍ରପତି ତାଙ୍କର...

ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦବୋଧନ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ  : ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦେଶବାସୀଙ୍କୁସମ୍ବୋଧିତ କରିଛନ୍ତି। ୭୩ତମ ସ୍ୱାଧୀନତା ଦିସର ହାର୍ଦ୍ଦିକ ଅଭିନନ୍ଦନ ସବ ଅଭିଭାଷଣ ରାଷ୍ଟ୍ରପତି ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ। ଯେଉଁଥିରେ ଜମ୍ମୁ ଓ କାଶ୍ମୀରକୁ ନେଇ ସରକାରଙ୍କ ନୂଆ ନିଷ୍ପତ୍ତିକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ଏହା ଦ୍ୱାରା ଜମ୍ମୁ-କଶ୍ମୀର ଓ ଲଦ୍ଦାଖ ବିଶେଷ ଲାଭାନ୍ୱୀତ ହେବେ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି।

ଗାନ୍ଧିଜୀଙ୍କ ଜୀବନାଦର୍ଶକୁ ଭାଷଣରେ ରାଷ୍ଟ୍ରପତି ଅବତାରଣ କରିବା  ସହ ଆଜି ମଧ୍ୟ ତାଙ୍କ ନୀତି ଓ ଆଦର୍ଶର ପ୍ରାସଙ୍ଗିକତା ଥିବା କହିଥିଲେ। ଏବେକ ପରିସ୍ଥିତିରେ ଆମେ ଯେଉଁ ସବୁ ଆହ୍ୱାନର ସମ୍ମୁଖୀନ ହେଉଛି ତାହା ଗାନ୍ଧିଜୀ ବହୁ ପୂର୍ବରୁ ଜାଣି ସାରିଥିଲେ। ଏଣୁ ସେ ବାସ୍ତବରେ କହିଥିଲେ ଯେ ଆମକୁ ବିବେକୀ ଭାବେ ପ୍ରକୃତି ଓ ସଂଶାଧନର ସଦୁପଯୋଗ କରିବା ଉଚିତ୍ । ଏହାଦ୍ୱାରା ବିକାଶ ହେବା ସହ ପ୍ରକୃତିର ସନ୍ତୁଳନ ମଧ୍ୟ ବଳବତ୍ତର ରହିବ।  ଗାନ୍ଧୀଜୀଙ୍କ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଆମ ଦେଶବାସୀଙ୍କ ଜୀବନ ଉତ୍ତମ ହେବାରେ ଲାଗିଛି । ସୌର ଶକ୍ତିର ସଦୁପଯୋଗ ବଢାଇବା ପାଇଁ ବିଶେଷ ଧ୍ୟାନ ଦେବାକୁ ମଧ୍ୟ ସେତେବେଳେ ଗାନ୍ଧୀଜୀ ଚିନ୍ତା କରିଥିଲେ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ରାଷ୍ଟ୍ରପତି କହିଛନ୍ତି ଯେ ମୋତେ ଏଥିଲାଗି ଖୁସି ଲାଗୁଛି ଯେ ନିକଟରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇବାର  ନିଷ୍ପତ୍ତିକୁ ଉଭୟ ସଦନରେ ଅପୂର୍ବ ସମର୍ଥନ ମିଳିଥିଲା। ଆଜି ଆମର ଉଦ୍ଦେଶ୍ୟ ଦେଶରେ ବିକାଶକୁ ତୀବ୍ର କରିବା । ଶାସନ ବ୍ୟବସ୍ଥାକୁ କୁଶଳ ଓ ପାରଦର୍ଶୀ କରି ଲୋକଙ୍କ ଜୀବନ ଧାରା ଶୈଳୀକୁ ଅଧିକ ଉତ୍ତମ କରିବା । ରାଷ୍ଟ୍ରପତି କହିଛନ୍ତି ଯେ ସରକାର ଲୋକଙ୍କ ଆଶା-ଆକାଙକ୍ଷାକୁ ପୂରଣ କରିବା ପାଇଁ ସମସ୍ତ ସୁବିଧା ଓ ସାମର୍ଥ୍ୟ ଉପଲବ୍ଧ କରାଉଛନ୍ତି । ଏଭଳି ଅନୁକୁଳ ବାତାବରଣରେ ଆମ ଦେଶବାସୀ ଯେଉଁ ଉପଲବ୍ଧି ହାସଲ କରିପାରିବେ, ତାହା ଆମ କଳ୍ପନା ବାହାରେ । ସରକାରଙ୍କ ଚେଷ୍ଟାର ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ ଆମ ସମସ୍ତଙ୍କୁ ସକ୍ରିୟ ଏବଂ ସଚେତନ ହେବାକୁ ପଡିବ ବୋଲି କହିଛନ୍ତି ରାଷ୍ଟ୍ରପତି।

Spread the love
Categories
ବଡ ଖବର

RELATED BY