ଭାରତ ପାଣି ବନ୍ଦ କଲେ ଦେଶ ଉପରେ ପଡିବନି ପ୍ରଭାବ:ପାକିସ୍ତାନ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନକୁ ପାଣି ଦେବାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିବା ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ଏନେଇ ଗୋଟିଏ ଦିନ ପରେ ଅର୍ଥାତ୍ ଆଜି ପାକିସ୍ତାନ ତାର ଜବାବ...

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନକୁ ପାଣି ଦେବାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିବା ନେଇ ଗତକାଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ଏନେଇ ଗୋଟିଏ ଦିନ ପରେ ଅର୍ଥାତ୍ ଆଜି ପାକିସ୍ତାନ ତାର ଜବାବ ଦେଇଛି । ଭାରତ ପାଣି ବନ୍ଦ କଲେ ପାକିସ୍ତାନର କୌଣସି ପ୍ରଭାବ ପଡିବ ନାହିଁ ବୋଲି ପାକିସ୍ତାନର ଜଳ ସଂଶୋଧନ ମନ୍ତ୍ରାଳୟର ସଚିବ ଖ୍ୱାଜା ସୁମେଲ କହିଛନ୍ତି । ଏକ ସାକ୍ଷାତରରେ ଖ୍ୱାଜା ସୁମେଲ କହିଛନ୍ତି ଭାରତ ପାଣି ରୋକିଲେ ପାକିସ୍ତାନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । କାରଣ ସିନ୍ଧୁ ସନ୍ଧି ହିସାବରେ ନଦୀ ଗୁଡ଼ିକ ଭାରତର ଅଧିକାର ରହିଛି । ସିନ୍ଧୁ ଜଳ ସନ୍ଧି(ଆଇଡବ୍ଲୁଟି) ନିୟମକୁ ଉଲଂଘନ କରୁନାହିଁ । ତେଣୁ ଏଥିରେ ଆମର କୌଣସି ଆପତ୍ତି ନାହିଁ। ସୂଚନାଯୋଗ୍ୟ, ଭାରତର କେନ୍ଦ୍ର ଜଳ ସମ୍ବଳ ମନ୍ତ୍ରୀ ନୀତିକ ଗଡ଼କରି ଗତକାଲି ଟୁଇଟ୍ କରି ଘୋଷଣା କରିଥିଲେ ଯେ ସୀମାନେ ଆଙ୍କବାଦ ଆକ୍ରମଣର ଜବାବ ସ୍ୱରୁପ ଭାରତ ସରକାର ପୂର୍ବାଞ୍ଚଳ ନଦୀ ଜଳକୁ ପାକିସ୍ତାନକୁ ନଦେବାକୁ ଚିନ୍ତା କରିଛନ୍ତି । ସେହି ନଦୀ ଜଳକୁ ଜମ୍ମୁ-କଶ୍ମୀର ଆଡ଼େ ଦିଆଯିବ । ଏ ସଂପର୍କରେ ଗଡକରୀଙ୍କ ପାକିସ୍ତାନୀ ପ୍ରତିପକ୍ଷ ଖ୍ୱାଜା ସୁମେଲ୍ କହିଛନ୍ତି କି, ‘ଭାରତର ଏପରି ପଦକ୍ଷେପରେ ଆମର କୌଣସି ଆପତ୍ତି ନାହିଁ କିମ୍ବା ଚିନ୍ତିତ ହେବାର କୌଣସି କାରଣ ନାହିଁ ।

Spread the love
Categories
ଦେଶ-ବିଦେଶବଡ ଖବର

RELATED BY