ଭାରତୀୟ ହକି ଟିମ୍‌ର ଅଧିନାୟକ ମନପ୍ରୀତ ସିଂହଙ୍କୁ କରୋନା

ବେଙ୍ଗାଲୁରୁ: ଭାରତୀୟ ହକି ଟିମ୍‌ର ଅଧିନାୟକ ମନପ୍ରୀତ ସିଂହ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ କରୋନା ସଂକ୍ରମିତ କରିଛି। ଆଗକୁ ବେଙ୍ଗାଲୁରୁରେ ଜାତୀୟ ଟିମ୍‌ର କ୍ୟାମ୍ପ ଆରମ୍ଭ ହେବାକୁ ଥିବାରୁ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା।

ଏହି ସମୟରେ ମନପ୍ରୀତଙ୍କ ସମେତ ଡିଫେଣ୍ଡର ସୁରେନ୍ଦ୍ର କୁମାର, ଯଶକରନ ସିଂହ ଓ ଡ୍ରାଗ ପ୍ଲିକର ବରୁଣ କୁମାରଙ୍କ ରିପୋର୍ଟ ପଜିଟିଭ ଆସିଛି। ମନପ୍ରୀତ କହିଛନ୍ତି, “ସାଇ କ୍ୟାମ୍ପରେ ମୁଁ ସେଲଫ କ୍ୱାରେଣ୍ଟାଇନରେ ରହିଛି। ସାଇର କର୍ତ୍ତୃପକ୍ଷ ଯେଉଁଭଳି ଭାବେ ସ୍ଥିତିକୁ ହ୍ୟାଣ୍ଡେଲ କରିଛନ୍ତି, ମୁଁ ବହୁତ ଖୁସି। ସେମାନେ ଆଥଲେଟଙ୍କ ଟେଷ୍ଟିଂ ବାଧ୍ୟତାମୂଳକ କରିଛନ୍ତି। ଏଥିଯୋଗୁ ଠିକଣା ସମୟରେ ରିପୋର୍ଟ ଆସିଛି। ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି ଓ ଖୁଶୀଘ୍ର ପଡ଼ିଆକୁ ଫେରିବି।”

ସୂଚନା ଅନୁସରେ ପ୍ରଥମ ପରୀକ୍ଷାରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ମନପ୍ରୀତ ଆଉ କିଛି ଖେଳାଳିଙ୍କର କରୋନା ଲକ୍ଷଣ ଦେଖାଯିବାରୁ ସେମାନଙ୍କ ସହ ସମସ୍ତ ୧୦ ଖେଳାଳିଙ୍କୁ କ୍ୱାରେଣ୍ଟାଇନ କରି ଆରଟି ପିସିଆର ଟେଷ୍ଟ କରାଯାଇଥିଲା। ଏହି ସମୟରେ ୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।