କୋଭାକ୍ସିନ ଓ କୋଭିସିଲ୍ଡ କୁ ଗ୍ରୀନ୍ ସିଗନାଲ : ଉଭୟ ଟିକାର ଜରୁରୀ ବ୍ୟବହାର ଲାଗି ଅନୁମୋଦନ

ଦୁଇଟି ଟିକାକୁ ମଞ୍ଜୁରୀ ଦେବାରେ ଭାରତ ପ୍ରଥମ ଦେଶ

ନୂଆଦିଲ୍ଲୀ: କୋଭାକ୍ସିନ ଓ କୋଭିସିଲ୍ଡ କୁ ଗ୍ରୀନ୍ ସିଗନାଲ । ଉଭୟ ଟିକାର ଜରୁରୀ ବ୍ୟବହାର ଲାଗି ଅନୁମୋଦନ କରିଛନ୍ତି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ। DCGI ନିର୍ଦ୍ଦେଶକ ଡକ୍ଟର ଭି. ଜି. ସୋମାନି କହିଛନ୍ତି ଯେ ବହୁ ପରୀକ୍ଷାନିରୀକ୍ଷା ପରେ ଏହି ଦୁଇ ଟିକାର ଜରୁରୀକାଳୀନ ବ୍ୟବହାର ଅନୁମତି ଦିଆଯାଇଛି। କୋଭିସିଲ୍ଡ କୁ ସେରମ ପ୍ରତିଷ୍ଠାନ ପ୍ରସ୍ତୁତ କରିଥିବା ବେଳେ ଭାରତ ବାୟୋଟେକ ପ୍ରସ୍ତୁତ କରିଛି କୋଭାକ୍ସିନ । ଦୁଇଟି ଟିକାକୁ ମଞ୍ଜୁରୀ ଦେବାରେ ଭାରତ ପ୍ରଥମ ଦେଶ। ଉଭୟ ଟିକା ୧୦୦ ପ୍ରତିଶତ ନିରାପଦ ବୋଲି DCGI ନିର୍ଦ୍ଦେଶକ ଡକ୍ଟର ଭି. ଜି. ସୋମାନି କହିଛନ୍ତି  ।

କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ଅନୁମୋଦନ ମିଳିବା ପରେ ଏହାକୁ ସ୍ବାଗତ କରିଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ  । ଏଥିପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ବୋଲି ନରେନ୍ଦ୍ର ମୋଦି କହିଛନ୍ତି। ଏହି ଟିକା ଭାରତକୁ କୋଭିଡ ମୁକ୍ତ କରିବାରେ ନିର୍ଣ୍ଣାୟକ ମୋଡ଼ ହେବ। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଟିକା ଦୁଇଟି ଭାରତରେ ତିଆରି ହୋଇଥିବା ଜାଣି ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ। ଏଥିରୁ ଜଣାପଡୁଛି ‘ଆତ୍ମନିର୍ଭର ଭାରତ’ ସ୍ବପ୍ନ ସାକାର କରିବା ନିମନ୍ତେ ଆମ ବୈଜ୍ଞାନିକ ବ୍ୟଗ୍ର,  ଯାହା ମୂଳରେ ରହିଛି ସେବା ଓ ସମବେଦନା ।

ଭାରତରେ ଦୁଇଟି କରୋନା ଟିକାକୁ ଡିସିଜିଆଇ ଅନୁମତି ଦେବା ପରେ ସ୍ବାଗତ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ପୂର୍ବ ଏସିଆରେ କରୋନା ମୁକାବିଲା କ୍ଷେତ୍ରରେ ଏହା ସହାୟକ ହେବ ବୋଲି WHO କହିଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେକା ଦ୍ବାରା ବିକଶିତ କରୋନା ଟିକା ‘କୋଭିସିଲ୍ ଡ୍ ’ ଆସନ୍ତା ସପ୍ତାହରେ ଶୁଭାରମ୍ଭ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ‘ସିରମ୍ ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ସିଇଓ ଆଦର ପୁନାଓ୍ଵାଲା ।  ସେପଟେ ଏମସ୍‌ ନିର୍ଦ୍ଦେଶକ ରଣଦୀପ ସିଂ ଗୁଲେରିଆ ସ୍ବଦେଶୀ ଭାକସିନ୍ କୁ ନେଇ ଖୁସି ଜାହିର କରିଛନ୍ତି ।  ଭାରତୀୟ ପରିବେଶକୁ ଆଖିରେ ରଖି ଦୁଇ ଟିକାକୁ ପ୍ରସ୍ତୁତ କରାଯାଇଛି । କୋଭିଡ୍ ମୁକାବିଲା ନେଇ ସମସ୍ତେ ଅପେକ୍ଷା କରିଥିବା ବେଳେ ଆସିଛି ଦୁଇଟି ଖୁସି ଖବର । ଖୁବଶୀଘ୍ର ଏହି ଦୁଇ ଟିକା ଭାରତରେ ବ୍ୟବହାର କରାଯିବ ।

 india government approved two corona vaccine in india