ପୁଣି ଚୀନ-ଭାରତ ସେନା ମୁହାଁମୁହିଁ

ନୂୂଆଦିଲ୍ଲୀ: ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଥମିବାର ନା ନେଉନି । ଗତକାଲି ରାତିରେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରିବା ଓ ଗୁଳିମାଡ଼ କରିଥିବା ଅଭିଯୋଗ କରିଛି ଚୀନ୍ ସେନା । କୁହାଯାଉଛି ଚୀନ୍ ଓ ଭାରତୀୟ ସେନା ଲଦାଖର ପାଙ୍ଗୋଙ୍ଗ ସୁ ନିକଟବର୍ତ୍ତୀ ସୋନପାଓ ପାହାଡ଼ରେ ମୁହାଁମୁହିଁ ହୋଇଥିଲେ ।

ଚୀନର ଗଣମାଧ୍ୟମ ଗ୍ଲୋବାଲ୍ ଟାଇମ୍ସ ଭାରତ-ଚୀନ ସେନା ମୁହାଁମୁହିଁ ସ୍ଥିତିକୁ ଆସିଥିବା ଖବର ପ୍ରକାଶ କରିଛି । ପିପୁଲ୍ସ ଲିବରେସନ୍ ଆର୍ମି ବା ପିଏଲଏର ଓ୍ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର ଅଭିଯୋଗ କରିଛନ୍ତି ଯେ, ପାଙ୍ଗୋଙ୍ଗ ସୁ ଅଞ୍ଚଳରେ ଭାରତ ଏଲଏସି ପାର କରିଥିଲା । ସୀମାରେ ମୁତୟନ ପିଏଲଏ ସୈନ୍ୟଙ୍କ ଉପରେ ଓ୍ୱାର୍ଣ୍ଣିଂ ଫାୟାରିଂ କରିଥିଲେ ଭାରତୀୟ ଯବାନ ।