ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ତାରିଖରେ ଭାତ ଗସ୍ତରେ ଆସୁଛନ୍ତି । ଏଥିପାଇଁ ସ୍ୱାଗତ ପାଇଁ ସମସ୍ତ ବ୍ୟବସ୍ଥା ଜୋରସୋରରେ ଚାଲିଥିବା ଜଣାପଡିଛି । ଏହାମଧ୍ୟରେ ଖବର ମିଳିଛି ଯେ ଆମେରିକାରୁ ଦୁଗ୍ଧ ଓ ଚିକେନ୍ କରିବା ପାଇଁ ଭାରତ ନିଷ୍ପତି ନେଇଥିବା ଜଣାପଡିିଛି ।
ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର ଆମେରିକାରୁ ଚିକେନ ଲେଗ୍ସ ଏବଂ ବ୍ଲୁ ବେରି ଆଦି ଆମଦାନିକୁ ମଞ୍ଜୁରି ଦେବାକୁ ସ୍ଥିର କରିଛନ୍ତି। ଚିକେନ ଲେଗ୍ସ ଉପରେ ଏବେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ ହେଉଥିବାବେଳେ ଆଗାମୀ ଦିନରେ ୨୫ ପ୍ରତିଶତ ଶୁଳ୍କ ଲାଗିବ। ତେବେ ଭାରତ ଏହା ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରୁ ବୋଲି ଆମେରିକା ଚାହୁଛି। ସେହିଭଳି ଭାରତର ଦୁଗ୍ଧ ବଜାରରେ ମଧ୍ୟ ଆମେରିକାକୁ ପ୍ରବେଶ ଅନୁମତି ମିଳିଯିବ। ଦୁଗ୍ଧ ଜାତୀୟ ସାମଗ୍ରୀ ଉତ୍ପାଦନରେ ଭାରତ ବିଶ୍ବର ଏକ ନମ୍ବର ରାଷ୍ଟ୍ର। ଦେଶର ଗ୍ରାମାଂଚଳରେ ବାସ କରୁଥିବା ପାଖାପାଖି ୮ କୋଟି ପରିବାରଙ୍କ ପାଇଁ ପଶୁପାଳନ ଜୀବିକାର ମୁଖ୍ୟ ଆଧାର। ଏଥିପାଇଁ ଭାରତ ଏହି ବଜାରକୁ ବିଦେଶୀଙ୍କ ପାଇଁ ଖୋଲାଯାଇ ନାହିଁ। ତେବେ ଆମେରିକା ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ଦୁର୍ବଳ ରହୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଚାହୁନାହାନ୍ତି। ଏଥିପାଇଁ ଭାରତର ଦୁଗ୍ଧଜାତୀୟ ସାମଗ୍ରୀ ବଜାରକୁ ଆମେରିକା ପାଇଁ ଖୋଲାଯିବାର ସମ୍ଭାବନା ରହିଛି।