ଭାରତରେ ଆଉ ୪୭ ଚାଇନିଜ୍ ଆପ ବ୍ୟାନ୍

ନୂଆଦିଲ୍ଲୀ: ଚୀନକୁ ପୁଣି ଚାପୁଡ଼ା । ଭାରତରେ ଆଉ ୪୭ଟି ଚାଇନିଜ ଆପ୍ ଉପରେ ଲାଗିଲା ବ୍ୟାନ । ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କରୁଥିବା ଦର୍ଶାଇ ସେସବୁ ଆପ୍ ଉପରେ ସରକାର ନିଷିଦ୍ଧାଦେଶ ଜାରି କରିଛନ୍ତି ।

ଭାରତର ଡାଟା ପ୍ରୋଟୋକଲ୍ ଉଲ୍ଲଂଘନ ଓ ଡାଟା ଟୋରି କରିବା ଅଭିଯୋଗରେ ସେସବୁ ଆପ୍ ଉପରେ କାର‌୍ୟ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ କେନ୍ଦ୍ର ସରକାର ୫୯ଟି ଚାଇନା ଆପ ଉପରେ ବ୍ୟାନ୍ ଲଗାଇଥିଲେ । କୁହାଯାଉଛି ଏବେ ନିଷିଦ୍ଧ ହୋଇଥିବା ୪୭ଟି ଆପ୍ ପୂର୍ବରୁ ବ୍ୟାନ ହୋଇଥିବା ୫୯ଟି ଆପର କ୍ଲୋନ ଭାବରେ କାମ କରୁଥିଲେ ।

କେନ୍ଦ୍ର ସରକାରଙ୍କ ସ୍କାନରରେ ରହିଛି ୨୫୦ଟି ଚାଇନିଜ୍ ଆପ୍ । ତାଲିକା ପ୍ରସ୍ତୁତ ହୋଇଛି । ଜାତୀୟ ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ରହିଛି । ଭାରତ-ଚୀନ ମଧ୍ୟରେ ସୀମା ବିବାଦ ପରେ ଗତ ଜୁନ୍ ୧୯ ତାରିଖରେ ୫୯ଟି ଚାଇନ୍ ଆପକୁ ଭାରତରେ ବ୍ୟାନ କରାଯାଇଥିଲା ।