କରୋନା ଚିକିତ୍ସାରେ ରେମଡେସିବିର ଔଷଧ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା କାୟା ବିସ୍ତାର କରଚାଲିଛି । ବିଶ୍ୱରେ ଏହି ଭାଇରସ ୩ ଲକ୍ଷ ୭୭ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ୬୩ଲକ୍ଷରୁ ଅଧିକ ଆକ୍ରାନ୍ତ ଅଛନ୍ତି । ଅନ୍ୟପଟେ କରୋନା ଭ୍ୟାକ୍ସିନ ନେଇ ଅନେକ ଗବେଷଣା ମଧ୍ୟ ଚାଲିଛି । ବିଶେଷଜ୍ଞମାନେ କହୁଛନ୍ତି କି ଅନେକ ବର୍ଷ ଲାଗିପାରେ ଆଉ କିଏ କିଏ କହୁଛନ୍ତି ଭ୍ୟାକ୍ସିନ ବାହାରିବା ଅସମ୍ଭବ । ଏହାରି ଭିତରେ କରୋନା ଭ୍ୟାକ୍ସିନକୁ ନେଇ ଆସିଛି ଖୁସି ଖବର । ପୂର୍ବରୁ ଇବୋଲା ପ୍ରତିଷେଧକ ଭାବେ ଆଶା ଆଣିଥିବା ରେମଡେସିବିର ଔଷଧର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସାରେ ରେମଡେସିବିର ବ୍ୟବହାର ହୋଇପାରିବ ବୋଲି କେନ୍ଦ୍ର ସରକାର ହଁ କରିଛନ୍ତି ।

ପୂର୍ବରୁ ଏହି ଔଷଧ ଇବୋଲା ଭାଇରସ ପାଇଁ ବ୍ୟବହାର ହେଉଥଲା ସେହି ଔଷଧର ବ୍ୟବହାରରେ କିଛି କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ବୋଲି ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇ ଯେଉଁମାନେ ଗୁରୁତର ନ ହୋଇଛନ୍ତି ସେହି ମାନେ ଏହି ଔଷଧରେ ଭଲ ହେଉଥିବା କୁହାଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଔଷଧର ବ୍ୟବହାର ପାଇଁ ଏକ ଆମରିକୀୟ କମ୍ପାନୀ ଟ୍ରାଏଲ କରିଥିଲା ।

କମ୍ପାନୀ ପକ୍ଷରୁ ୬ଶହ ରୋଗୀଙ୍କୁ ୨ପ୍ରକାର ଚିକିତ୍ସାରେ ରଖାଗଲା । କିଛି ରୋଗୀଙ୍କୁ ୫ଦିନର ଔଷଧ ଦିଆଗଲା । ଆଉ କିଛି ଜଣଙ୍କୁ ୧୦ ଦିନର ଔଷଧ  ଦିଆଗଲା । ଏହାସହିତ ସେହିମାନଙ୍କୁ ମଧ୍ୟ ରଖାଗଲା ଯେଉଁମାନେ ଷ୍ଟାଣ୍ଡାର୍ଡ ମେଡିକେସନ ପ୍ରୋସେଜର ଜରିଆରେ ଚିକିତ୍ସିତ ହେଉଥିଲୋ । ଆଉ ୧୧ ଦିନରେ ଜଣାପଡିଲା ଯେ ୫ଦିନ ଧରି ଚିକିତ୍ସିତ ହେଉଥିବା ରୋଗୀ ସାମାନ୍ୟ ପ୍ରକ୍ରିୟାରେ ଚିକିତ୍ସିତ ହେଉଥିବା ରୋଗୀଙ୍କଠୁ ଜଲଦି ଭଲ ହେଉଛନ୍ତି । ଆଉ ଯେଉଁମାନଙ୍କୁ ୧୦ଦିନର ଔଷଧ ଦିଆଯାଇଥିଲା ସେମାନେ ମଧ୍ୟ ଖୁବଶୀଘ୍ର ସୁସ୍ଥ ହେଉଛନ୍ତି।

ସେପଟେ ଗତ କିଛି ଦିନ ତଳେ ଆମେରିକାର ବୈଜ୍ଞାନିକ ମଧ୍ୟ ଏହି ଔଷଧ କାମ କରୁଥିବା କହିଥିଲେ । ସବୁଠୁ ବଡ କଥା ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ଡ. ଆନ୍ଥୋନୀ ଫାଁସୀ ଏହି ଔଷଧର ପ୍ରଶଂସା ମଧ୍ୟ କରିଛନ୍ତି । ଗତ ଏପ୍ରିଲ ମାସରେ ଆମେରିକା ଏହି ମେଡିସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଥିଲା । ଯାହାର ପରିଣାମ ଏବେ ସାମ୍ନାକୁ ଆସିଛି ।