ଭୁବନେଶ୍ୱରରେ ଭାରତୀୟ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍

ଭୁବନେଶ୍ୱର: ୨୨ ତାରିଖରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ କୁ ନେଇ ଆଜି ଭୁବନେଶ୍ୱରରେ ଭାରତୀୟ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ ଟିମ୍ ପହଂଚିଛନ୍ତି । ଉଭୟ ଟିମ୍ ବିମାନ ବନ୍ଦରରେ ପହଂଚିବା କ୍ଷଣି ତାଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଯୋଗେ ମେ’ ଫେୟାର ହୋଟେଲକୁ ନିଆଯାିଥିବା ନେଇ ସୂଚନା ମିଳିଛି ।

ବିସିସିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶ ଅନୁସାରେ ହୋଟେଲ ମେ ଫେୟାରରେ ୯୦ଟି ରୁମ୍ ବୁକ୍ ହୋଇଛି । ଖେଳାଳିଙ୍କ ପାଇଁ ହୋଟେଲକୁ ସ୍ୱତନ୍ତ୍ରଭାବେ ସଜା ଯାଇଛି । ହୋଟେଲ ମେ ଫେୟାରରେ ରହଣି ସମୟରେ ଖେଳାଳିମାନେ କମ୍ ମସଲା ଓ ତେଲରେ ଖାଦ୍ୟ ଖାଇବେ ବୋଲି ଜଣାଯାଇଛି ।