ପାକିସ୍ତାନକୁ ଚୀନର ଝଟକା; ମୋଦୀ-ଜିନପିଙ୍ଗଙ୍କ ଆଲୋଚନାରେ ଉଠିବନି କାଶ୍ମୀର ପ୍ରସଙ୍ଗ

ବେଜିଂ:କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି । ଏହି ପ୍ରସଙ୍ଗରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ ଅନ୍ତରାଷ୍ଟ୍ରୀୟ ମଂଚର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ସେ ଚାରିଆଡୁ ନିରାଶ ହୋଇଛନ୍ତି । ତେବେ ପାକିସ୍ତନକୁ ଏକ ବଡ ଝଟକା ଲାଗିଛି । ଏବେ ପାକିସ୍ତାନର ହାତ ଚୀନ ମଧ୍ୟ ଛାଡିଦେଇଛି ।

ଆଉ କିଛିଦିନ ପରେ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ଅନଔପଚାରିକ ସମ୍ମିଳନୀରେ ସାକ୍ଷାତ କରିବାକୁ ଯାଉଛନ୍ତି । କିନ୍ତୁ ଏହି ଦୁଇ ନେତାଙ୍କ ମଧ୍ୟରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବ ନାହିଁ । ଚୀନର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ହୁଆ ଚୁନିୟଙ୍ଗ କହିଛନ୍ତି ଯେ, ଏହି ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇବ ନାହିଁ । ସେମାନେ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ ଏହା କେବଳ ଏହି ଦୁଇ ନେତାଙ୍କ ଉପରେ ନିର୍ଭର କରିବ । କାଶ୍ମୀର ଭାରତ ଓ ଚୀନ ମଧ୍ୟରେ ଏକ ବଡ ପ୍ରସଙ୍ଗ ନୁହେଁ ।

ସୂଚନାଯୋଗ୍ୟ କି, ଚୀନ ପାକିସ୍ତାନ ସହ ମିଶି କାଶ୍ମୀର ପ୍ରସଙ୍ଗ ୟୁଏନରେ ଉଠାଇଥିଲା କିନ୍ତୁ ଦୁଇ ଦେଶର କଥା କେହି ଶୁଣିନଥିଲେ ।